ଗୃହ ପାଳିତ ପଶୁ ମାନଙ୍କର ଯତ୍ନ ଓ ପରିବାର ଉପରେ ଏହାର ପ୍ରଭାବ ସମ୍ପର୍କୀତ କର୍ମଶାଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଣୀପେଣ୍ଠ ଗ୍ରାମ ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀ ମାନଙ୍କ ତରଫରୁ “ଘରେ ରଖାଯାଉଥିବା ପୋଷା ପ୍ରାଣୀଙ୍କ ସ୍ଵାସ୍ଥ୍ୟ ଓ ପରିବାର ସଦସ୍ୟଙ୍କ ଉପରେ ପ୍ରଭାବ” ବିଷୟକୁ ନେଇ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀ ମାନେ ଗୃହ ପାଳିତ ପଶୁମାନଙ୍କର ଯତ୍ନ ଓ ପରିବାର ଉପରେ ଏହାର ପ୍ରଭାବ, ପୋଷା ପ୍ରାଣୀମାନଙ୍କ ର ପାଳନ ବିଧି, ଖାଦ୍ୟପେୟ ଓ ପଶୁ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପଶୁ ପାଳନ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଏବଂ ଏହାର ସାମାଜିକ ଉପକାରିତା ବିଷୟରେ ଗ୍ରାମବାସୀ ମାନେ ମତବ୍ୟକ୍ତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମଟି ପ୍ରାଣୀଧନ ନିରୀକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟ ‌ନାରାୟଣ ପଣ୍ଡାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା । ପ୍ରକାଶଥାଉକି ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଆୟୋଜିତ ହେବାକୁଥିବା ଜିଲ୍ଲାସ୍ତରୀୟ “ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ” ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ନିମନ୍ତେ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *