ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସର୍ବ ଭାରତୀୟ ଟ୍ରେଡ ୟୂନିୟନ ଏବଂ କୃଷକ ସଭା ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ କର୍ଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ଜିଲ୍ଲା ଅନ୍ତର୍ଗତ ବୋଲଗଡ ବ୍ଲକର ପିଚୁକୁଳି ଠାରେ ସୁମନ୍ତ ଛୋଟରାୟଙ୍କ ନେତୃତ୍ୱ ରେ ହୋଇଥିବା ବିକ୍ଷୋଭ ଓ ଭାରତ ବନ୍ଦ କାର୍ଯ୍ୟକ୍ରମ ରେ ବିଜୟକୁମାର ଗୁମାନସିଂହ, ବସନ୍ତ କୁମାର ସେଠୀ, ଧନେଶ୍ଵର ମାର୍ଥା ପ୍ରଭୃତି ଅଂଶଗ୍ରହଣ କରିଥିଲେ । ବୋଲଗଡ ବ୍ଳକର ଶତାଧିକ ସିପିଆଇ କର୍ମୀ ପିଚୁକୁଳି ବଜାର ବନ୍ଦ କରିବା ସହିତ ଓ ରାସ୍ତାରେ ଯାଉଥିବା ଯାନବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ । ଅଗଣତାନ୍ତ୍ରିକ କୃଷିବିଲ ୨୦୨୦ ବାତିଲ୍ ଓ ଶ୍ରମିକବିରୋଧୀ ଶ୍ରମଆଇନ ବିଲ୍ ୨୦୨୦ ବାତିଲ ସମେତ କେନ୍ଦ୍ର ସରକାରଙ୍କ ର ଶିକ୍ଷା ନୀତି ବିରୁଦ୍ଧରେ ବିଭିନ୍ନ ପ୍ରକାରର ସ୍ଳୋଗାନ ଦେଇଥିଲେ । ପ୍ରତେକ ପଞ୍ଚାୟତରେ ମଣ୍ଡି ଖୋଲିବା, ଧାନ ର ସହାୟକ ମୁଲ୍ୟ ତିନିହଜାର କରିବା, କୃଷିକୁ କମ୍ପାନୀ ହାତରେ ଟେକିନଦେବା ପ୍ରଭୃତି ବିଷୟ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଲାଲ ପତାକାରେ ଭରପୁର ରାଲି ଓ ବିକ୍ଷୋଭକୁ ଜନସାଧାରଣ ସମର୍ଥନ ଜଣାଇଥିଲେ। ଏହି ବନ୍ଦ ପାଳନରେ ସିପିଆଇ କର୍ମୀ , ଆଶାକର୍ମୀ ସଂଘ ଓ ନିର୍ମାଣ ଶ୍ରମିକସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ ।