ବିଜେଡି ର ଜନସମ୍ପର୍କ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି, କତ୍ତଲକଇଠା, ଉପଲଡ଼ା, ବାଘସଳା ଓ ଅଗରଖଣ୍ଡି ଗ୍ରାମପଞ୍ଚାୟତ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡ଼ି ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ ବୀରରାଜୁ , ଗୋସାଣି ବ୍ଲକ ବିଜେଡ଼ି ସଭାପତି ସି.ଏଚ ଈଶ୍ଵର ରାଓ , ଏସଡ଼ିସି ଅଧ୍ୟକ୍ଷା ମରିୟମ ରଇତ, ଆରଏମସିଏସ ଏସ ଗଜପତି ରାଓ, ରାଜ୍ୟ ବିଜେଡ଼ି ସମ୍ପାଦକ ବସନ୍ତ ଦାସ , ପ୍ରଦୀପ ନାୟକ , ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲରାଜୁ, ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗାରାଜୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ଥ ପରିଚ୍ଛା ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ବହୁ ଯୁବ, ଛାତ୍ର, ମହିଳା ସଭାପତି ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *