ବାଣପୁର ଥାନା ଅଞ୍ଚଳ ଘଟଣା : ଗୃହ ସେବିକା ଲୁଟିନେଲା ୧୩ ଲକ୍ଷ ଟଙ୍କା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଠକାମୀ କରିବାର ନୁଆ ତରିକା ଧରିଛନ୍ତି ଜଣେ ଚାର୍ସୋବିସ ମହିଳା ! ନିଜକୁ ଅସହାୟ କହି ବୃଦ୍ଧଙ୍କ ମନରେ ଜୁଟାଇଥିଲା ବିଶ୍ଵାସ ଓ ଲୁଟିନେଲା ୨ ମାସରେ ୧୩ ଲକ୍ଷ ଟଙ୍କା ! ଏଭଳି ଘଟଣା ଘଟିଛି ବାଣପୁର ଥାନା ଅଲାଇଡିହ ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ତଥା ଗୃହ ମାଲିକ ଲକ୍ଷ୍ମୀଧର ମହାପାତ୍ର କ୍ଷେତ୍ରରେ ! ଅଭିଯୋଗ ପରେ ପୋଲିସ ହୋଇ ଉଠିଛି ତତ୍ପର । କରୁଛି ଛିନ୍ନ ଭିନ୍ନ ତଦନ୍ତ , ଠକି ନେଇଥିବା ମହିଳା ଥାନାରେ ମାନି ନେଇଛନ୍ତି । ଜଣେ ଗୃହ ସେବିକା ଚାଲାକର ସହ ମାଲିକ ଙ୍କ ଠାରୁ ଦୁଇ ମାସ ଭିତରେ ଲୁଟିନେଲା ଲକ୍ଷାଧିକ ଟଙ୍କା । ଘଟଣାରୁ ପ୍ରକାଶ ଯେ ନାଚୁଣୀ ଅଞ୍ଚଳର ରେଖା ବେହେରା ନାମକ ଜଣେ ମହିଳା । ନିଜକୁ ଜଣେ ଅସହାୟ ମହିଳା କହି ବାଣପୁର ଥାନା ନିକଟସ୍ଥ ଅଲାଇଡିହ ଗ୍ରାମରେ ପହଞ୍ଚିଥିଲା । ସେହି ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଘରେ ରୋଷେୟା ( ଗୃହ ସେବିକା ତଥା ହାଉସ୍ କିପିଙ୍ଗ୍ ) ଭାବେ ଦୁଇ ମାସ ହେବ କାର୍ଯ୍ୟ କରି ଆସୁଥିଲା । ଏହାରି ମଧ୍ୟରେ ଗୃହ ମାଲିକ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ମୋବାଇଲ ଫୋନ୍ କୁ ମଧ୍ୟ ବେଳେ ବେଳେ ବ୍ୟବହାର କରି ଆସୁଥିଲା । ଚାର୍ଶୋ ବିସ୍ ମହିଳା ଅତି ଚତୁରତାର ସହ ତାଙ୍କର ବିଭିନ୍ନ ବ୍ୟାଙ୍କ ରେ ଗଛିତ ଥିବା ମୋଟା ମୋଟି ୧୩ ଲକ୍ଷ ଟଙ୍କାକୁ ଉଠାଇ ନେଇଥିଲା । ଏ ସମ୍ପର୍କରେ ଯେତେବେଳେ ବୃଦ୍ଧ ଲକ୍ଷ୍ମୀକାନ୍ତ ଜାଣିଲେ ତାଙ୍କର ହୋସ ଉଡି ଯାଇଥିଲା । ତେବେ ସତ୍ୟ କଥା ପଦାକୁ ଆସିବାପରେ ରୋଷେୟା ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଥାନାରେ ଅଭିଯୋଗ ନକରିବା ପାଇଁ ଧମକ ଚମକ ଦେଇଥିଲେ । ବାଣପୁର ଥାନା ଅଧିକାରୀ ରମେଶ ଦେବତା ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ମୂଖ୍ୟ ଅଭିଯୁକ୍ତା ତଥା ଚାର୍ଶୋ ବିସ୍ ଗୃହ ସେବିକା ରେଖା ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *