ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଳକ ୧୪ ନମ୍ବର ଜିଲ୍ଲା ପରିଷଦ ଜୋନର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆୟତପୁର ପଞ୍ଚାୟତରୁ ବାହାରି ଗମ୍ଭାରୀମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହାକୁ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଜଗତ ବଲ୍ଲଭ ମହାରଥା, ତୋରସିହ ଗ୍ରାମ ପଞ୍ଚାୟତର ସରପଞ୍ଚ ଆକାଶ କୁମାର ପ୍ରଧାନ ଓ ଚିନ୍ମୟ ପଟ୍ଟନାୟକ, ଦାଶରଥି ସେଠି, ବିଜୟ ବରାଳ, ସୁମନ୍ତ ହାବୁଡ଼ାସିଂହ, ଉପେନ୍ଦ୍ର ହାବୁଡ଼ାସିଂହ, ଅର୍ଜୁନ ପରିଡା, ଅଜୟ ପାଇକରାୟ, ଦେଓଗାଁଁ ପଞ୍ଚାୟତ ର ଭୀମସେନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପଦଯାତ୍ରାରେ ସ୍ଲୋଗାନ ଦେବାସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳାକୁ ଦଳର ବିଭିନ୍ନ ପଦାଧିକାରୀ ବକ୍ତବ୍ୟ ମାଧ୍ୟମରେ ବର୍ଷିଥିଲେ I ଏହି ପଦଯାତ୍ରାରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ I
ବାଣପୁର ବ୍ଳକ ୧୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା !!!

