କିଡିଗାଁ ଠାରେ ହାତୀର ଗତିବିଧି ନିମନ୍ତେ ସମନ୍ୱୟ ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବନାଞ୍ଚଳର କିଡିଗାଁ ଠାରେ ହାତୀ ମନିଟରିଂ ପାଇଁ ସ୍ଥାନୀୟ ପଂଚାୟତ ସ୍ତରୀୟ ସଭ୍ୟ ସଭ୍ୟା, ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ସହିତ ଏକ ସମନ୍ୱୟ ବୈଠକ କିଡିଗାଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ . ଆନନ୍ଦ ଙ୍କ ଆହ୍ୱାନ କ୍ରମେ ଏହି ବୈଠକ ଆୟୋଜିତ ହୋଇଥିଲା I ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ , କାଶୀନଗର ପଂଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଵାଲା ସାୟାମ୍ମା ଏବଂ କାଶୀନଗର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ ଉପସ୍ଥିତ ରହି ହାତୀର ଗତିବିଧି ,ସୁରକ୍ଷା ଏବଂ ହାତୀ-ମନୁଷ୍ୟ ଲଢେଇ ର ମୁକାବିଲା ସହ କିପରି ସହଯୋଗ କରିବେ ଏହି ସମ୍ପର୍କରେ ବୁଝାଇଥିଲେ I ବୈଠକରେ ଉପସ୍ଥିତ ବନଖଣ୍ଡ ଅଧିକାରୀ ଶ୍ରୀ S.ଆନନ୍ଦ କହିଥିଲେ କି ହାତୀର ଗତିବିଧିର ଖବର ସଂଗ୍ରହ, ହାତୀ ଘାଉଡେଇବା ରେ ସାହାଯ୍ୟ ନିମନ୍ତେ କାଶୀନଗର ବନାଞ୍ଚଳରେ 5 ଟି ପଂଚାୟତରେ 25 ଜଣ ଗଜ ସାଥି ନିଯୁକ୍ତି ଦିଆଯାଇଥିବା ସୂଚନା ଦେଇଥିଲେ I ପର୍ଯ୍ୟାଲୋଚନା କରିବା ନିମନ୍ତେ ଅତିରିକ୍ତ 10 ଜଣ ସୁରକ୍ଷା କର୍ମୀ ସହ ଏକ ନୂତନ ଚାରି ଚକିଆ ଯାନ ଦିଆଯିବ ବୋଲି କହିଥିଲେI ସେଭଳି ହାତୀଦ୍ଵାରା ନଷ୍ଟ ହୋଇଥିବା ଫସଲ ନିମନ୍ତେ କିପରି ଅତିଶୀଘ୍ର ଅନୁକୁମ୍ପା ମୂଳକ ରାଶି 30 ଦିନ ମଧ୍ୟରେ ପ୍ରଦାନ କରାଯିବ ତାହା ସ୍ୱଷ୍ଟ କରି କହିଥିଲେ I ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ କାଶୀନଗର ବ୍ଲକ ରେ ହାତୀ ଦ୍ୱାରା ହୋଇଥିବା ଫସଲ ନଷ୍ଟ ରେ କିପରି ଅନୁକୁମ୍ପା ସାହାଯ୍ୟ ପାଇଥିଲେ ଏବଂ ବିଦ୍ୟୁତ ବିଭାଗ ସହ ସମନ୍ୱୟ କରି ବିଦ୍ୟୁତ ସରବରାହ କିପରି ସ୍ୱାଭାବିକ ହୋଇ ଥିଲା ତାହା ବର୍ଣନା କରିଥିଲେ I ବର୍ତମାନ ପରିସ୍ଥିତିରେ ହାତୀ ଆସିବା ଆଗରୁ ଆମେ କିପରି ଆଗୁଆ ସତର୍କ ରହି କିପରି ଧନ ଜୀବନ ଏବଂ ଫସଲ ନଷ୍ଟ ନ ହେବ ତାହା ବିଷୟରେ ବୁଝାଇଥିଲେ I 5 ଟି ପଂଚାୟତ ରେ ଗଜ ସାଥି ନିଯୁକ୍ତି ଏବଂ ଅନୂକୁମ୍ପା ସହାୟତା ସାହାଯ୍ୟ ଯୋଗାଇଦେଇଥିବାରୁ ସେଥିପାଇଁ ବନ ଖଣ୍ଡ ଅଧିକାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ I ଚଳିତ ବର୍ଷ ଏହି ସମନ୍ୱୟ ବୈଠକ ଦ୍ୱାରା ହାତୀର ସ୍ଥିତି, ଗତିବିଧି ଓ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ପାଞ୍ଚ ଗୋଟି ପଂଚାୟତ ଯଥା କିଡିଗାଁ, ବୁଦୁରା, ଗୋରିବାନ୍ଧା, ଅଲଡା ଓ ଖାଣ୍ଡବା ର ସମସ୍ତ ପଂଚାୟତ ସ୍ତରୀୟ ସଭ୍ୟ ସଭ୍ୟା ଙ୍କୁ ବୁଝାଯାଇଥିଲା I ଏହି ସମନ୍ୱୟ ବୈଠକକୁ ପାରଳାଖେମୁଣ୍ଡି ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ସଭା ପରିଚଳନା କରିଥିଲେ ଏବଂ କାଶୀନଗର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ସହ ସମସ୍ତ ବନପାଳ, ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ଉପସ୍ଥିତ ରହି ସମନ୍ୱୟ ବୈଠକ କୁ ସହଯୋଗ କରିଥିଲେ I ସଭା ଶେଷରେ ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ମଂଚାସୀନ ସମସ୍ତ ଅତିଥି ଏବଂ ଉପସ୍ଥିତ ସମସ୍ତ ପଂଚାୟତ ସ୍ତରୀୟ ସଭ୍ୟ ସଭ୍ୟା ଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ I

Leave a Reply

Your email address will not be published. Required fields are marked *