ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସଦର ଥାନା ଅନ୍ତର୍ଗତ ଜେମାଦେଇପୁର ପାଟଣା ପଞ୍ଚାୟତ ଲାଉସେଣା ଗ୍ରାମର ଯୁବ ବ୍ୟବସାୟୀ ଦିବ୍ୟରଞ୍ଜନଙ୍କୁ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ଜୀବନ ରେ ମାରିଦେବା ଉଦ୍ଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜେମାଦେଇପୁର ପାଟଣା ବିଜେଡି ସରପଞ୍ଚ ସଦାଶିବ ନାୟକଙ୍କ ସମେତ ଅନ୍ୟ ମାନଙ୍କ ନାମରେ ୩୦୭ ଦଫାରେ ସଦର ଥାନାରେ ମୋକଦ୍ଦମା ହୋଇଥିଲା ବେଳେ ପୋଲିସ ସରପଞ୍ଚଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ l ମୁଣ୍ଡରେ ଗୁରୁତର ଆଘାତ ପ୍ରାପ୍ତ ହୋଇ ଦିବ୍ୟରଞ୍ଜନ ପ୍ରଥମେ ନୟାଗଡ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏମ୍ସ ଏବଂ ପରେ ଏବେ ସମ ହସ୍ପିଟାଲ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ! କିନ୍ତୁ ପୋଲିସ ଏଭଳି ସମ୍ବେଦନଶୀଳ ଘଟଣା ରେ ରାଜନୈତିକ ପ୍ରଭାବ ପାଇଁ ବିଜେଡି ସରପଞ୍ଚଙ୍କୁ ଗିରଫ କରିବା ପାଇଁ ଭୟ କରୁଛି ବୋଲି କହିଛି କଂଗ୍ରେସ l ନୟାଗଡ କଂଗ୍ରେସ ର ପ୍ରତିନିଧି ଦଳ ଲାଉସେଣା ଗ୍ରାମକୁ ଯାଇ ଆହତ ଦିବ୍ୟରଞ୍ଜନଙ୍କ ପରିବାର ସହ କଥାବାର୍ତା ବେଳେ ସେମାନେ ସମ୍ପୂର୍ଣ୍ଣ ଭୟଭୀତ ଥିବା କଂଗ୍ରେସ ନେତା କହିଛନ୍ତି l ପ୍ରତନିଧି ଦଳରେ କଂଗ୍ରେସ ନେତା କମଳ ଚରଣ ସାହୁ, ବ୍ରଜକିଶୋର ଲେଙ୍କା , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଯାଇଥିଲେ l ସମ୍ପ୍ରତ୍ତି ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡି ନେତାଙ୍କ ଦାଦାଗିରି ଗୁଣ୍ଡାଗର୍ଦ୍ଦି କୂଳ ଲଙ୍ଘିଲାଣି l ଓଡଗାଁ ଥାନା ରୋହିବାଙ୍କ ସରପଞ୍ଚ ଗୁଣ୍ଡାଗିରି ପରେ ଜେମାଦେଇପୁର ପାଟଣା ସରପଞ୍ଚ ସଦାଶିବ ନାୟକ ସମାନ ଧରଣ ବର୍ବରତା କାର୍ଯ୍ୟ କରିଛନ୍ତି ! ତେଣୁ ସରପଞ୍ଚ ସଦାଶିବ ନାୟକଙ୍କୁ ଗିରଫ ଗିରଫ କରା ନଗଲେ କଂଗ୍ରେସ ଆଇନ ହାତକୁ ନେବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ଗଣମାଧ୍ୟମ କୁ କହିଛନ୍ତି l
ଲାଉସେଣା ଦିବ୍ୟରଞ୍ଜନ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରେ ଜେମାଦେଇପୁର ପାଟଣା ସରପଞ୍ଚ ଙ୍କୁ ଗିରଫ ଦାବୀ କଲା କଂଗ୍ରେସ !!!

