ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସପ୍ତଦଶ ଶ୍ରାଦ୍ଧତ୍ସବ ସମାରୋହ ପାଳନ ହୋଇଯାଇଛି l ଉକ୍ତ ଶ୍ରାଦ୍ଧଉତ୍ସବ ସଭାରେ ବାଣପୁର ଅଞ୍ଚଳର ସୁସାହିତ୍ୟିକ, କବି, ରାଜନେତା ଓ ସମାଜସେବୀ, ସାମ୍ବାଦିକ ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ଓ ସ୍ୱର୍ଗତ ଲକ୍ଷ୍ମୀଧର ଭୋଳ ପୁଅ ଝିଅ ମାନଙ୍କ ଉପସ୍ଥିତ ରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ନୂତନ କ୍ୟାଣ୍ଟିନ ଉଦଘାଟନ କରିଥିଲେ । ପରେ ପରେ ବିଦ୍ୟାଳୟର ନିର୍ମାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ପ୍ରତିଛବିରେ ପୁଷ୍ପ ମାଳ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।ଏଥିରେ ବିଭିନ୍ନ ବିଭାଗରେ ଉତୀର୍ଣ୍ଣ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଥିଲା । ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟର ନିର୍ମାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳ ଙ୍କ ଅବଦାନ ଓ ସଫଳତାର ବିଷୟରେ ସ୍ମୃତିଚାରଣ କରା ଯାଇଥିଲା ।କେଉଁ ଭଳି ଭାବରେ ବାଣପୁରର ଏକମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ସଫଳତାର ସହିତ ଉନ୍ନତି ଦିଗରେ କାର୍ଯ୍ୟକ୍ଷମ ହୋଇପାରିବ ଓ ଛାତ୍ରୀ ମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ସେ ଦିଗରେ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସୁପୁତ୍ର ଆଡ଼ଭୋକେଟ ଜଗନ୍ନାଥ ଭୋଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।
ବାଣପୁର ରେ ସ୍ୱର୍ଗତ ଲକ୍ଷ୍ମୀଧର ଭୋଳ ଙ୍କ ସପ୍ତଦଶ ଶ୍ରାଦ୍ଧବାର୍ଷିୋତ୍ସବ ସମାରୋହ !!!

