Heifer ଇଣ୍ଟରନ୍ୟାସନାଲ ଦ୍ୱାରା ବିଶ୍ୱ ଅଣ୍ଡା ଦିବସ ଆୟୋଜିତ !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଅଗ୍ରଣୀ ଅନୁଷ୍ଠାନ Heifer ଦ୍ୱାରା ବାରିପଦା ସ୍ଥିତ ପ୍ରୟାସ ହଲ ମଧ୍ୟ୍ୟରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି !ଏଥିରେ ସମସ୍ତ ପାଟନର NGO ଯଥା ଧାନ ଫାଉଣ୍ଡେସନ, ପ୍ରଦାନ, ଉନ୍ନୟନ, ଶୋଭା, ସମ୍ବନ୍ଧ, ଭାଡ଼, ସିକ୍ଯୁର, ଆରଭିଡ଼ିଓ, ଓସ୍କା ଏବଂ ଏଥିରେ କାର୍ଯ୍ୟରତ ସମସ୍ତ କେଭସ, ପାରାଭେଟ, ପିସି, ଓ ଆକାଉଣ୍ଟଟେଣ୍ଡ ଉପସ୍ଥିତ ଥିଲେ ! ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ସୁଦାମ ମାରାଣ୍ଡି, ହାଇଫର କଣ୍ଟ୍ରିଡାଇରେକ୍ଟର ପ୍ରଭା ହରଣ, ରିଜନାଲ ପ୍ରୋଗ୍ରାମ ମେନେଜର ଗୁରୁ ପ୍ରସାଦ ନାହକ, କେ. ଭି. କେ ବରିଷ୍ଟ ବୈଜ୍ଞାନିକ ଡା: ସଙ୍ଗମିତ୍ରା ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ପ୍ରମୁଖ ମଞ୍ଚାସିନ ଥିଲେ ! ମୁଖ୍ୟ ଅତିଥି ବିଶ୍ୱ ଅଣ୍ଡା ଦିବସ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ କେଭସ ମାନଙ୍କୁ ସେମାନଙ୍କର ଜୀବନ ଜୀବିକା ଅଭିବୃଦ୍ଧି ନିମନ୍ତେ ଶତାଧିକ ସ୍କୁଟି ଏବଂ ବାଇକ ହାଇଫର ଦ୍ୱାରା ବଣ୍ଟନ କରାଯାଇଥିଲା ! ଏହା ପରେ ମଞ୍ଚାସିନ ସମସ୍ତ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରେ ଅଣ୍ଡା ର ଗୁରୁତ୍ୱ ଦିଗରେ ଉପସ୍ଥାପନ କରିଥିଲେ ! ପରିଚାଳନାରେ ଆୟୋଜନ ଅନୁଷ୍ଠାନର କର୍ମଚାରୀ ମାନେ ସଂକ୍ରୟ ଦାୟିତ୍ୱ ସମ୍ପାଦନ କରିଥିଲେ l କାର୍ଯ୍ୟଶେଷରେ ରିଜନାଲ ପ୍ରୋଗ୍ରାମ ମ୍ୟାନେଜର ଗୁରୁପ୍ରସାଦ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *