ପବିତ୍ର ଦଶହରାରେ ବାଣପୁର ମା’ ଭଗବତୀ ମହିଷା ମର୍ଦ୍ଧିନୀ ବେଶରେ ଦେଉଛନ୍ତି ଦର୍ଶନ !!!

0
451

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶାର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ବାଣପୁରର ମା ଭଗବତୀ ଶକ୍ତିପୀଠ ଅନ୍ୟତମ । ଶାରଦୀୟ ଦୁର୍ଗତ୍ସୋବ ନିମନ୍ତେ ମା ଭଗବତୀ ବିଭିନ୍ନ ସମୟରେ ତାଙ୍କର ଆଉ ଛ ଭଉଣୀ ମା, ବିରଜାଇ, ମା କଳିଜାଇ, ମା ନାରାୟଣୀ, ମା ସିଧାମ୍ବରୀ, ମା ପୋଲକାସୁଣୀ , ମା ବୁଢିଠାକୁରାଣୀଙ୍କୁ ନିମନ୍ତ୍ରଣ କରିଥାନ୍ତି । ମୂଳାଷ୍ଟମୀଠାରୁ ମାଙ୍କର ଶାରଦୀୟ ଦୁର୍ଗାତ୍ସୋବ ଆରମ୍ଭ ହୋଇଥାଏ । ମା ଭଗବତୀଙ୍କ ସହ ମା ବିରଜାଇଙ୍କର ଆଶିନ ମାସ ମହାଳୟା ଅମାବସ୍ୟାରେ ମହାମିଳନ ଭେଟଯାତ୍ରା ହେବାପରେ ସାତବଖରା ଗୃହରେ ସାତ ଭଉଣୀଙ୍କର ପୂଜାଅର୍ଚ୍ଚନା ହୋଇଥାଏ । ମହାନବମୀର ନିଶାର୍ଦ୍ଧରେ ମାଙ୍କ ନିକଟରେ ସନ୍ଧିପୂଜାପରେ ମା ମହାକାଳୀ ବେଶ ଧାରଣ କରିଥାନ୍ତି । ମାଙ୍କ ଅଷ୍ଟାଙ୍ଗ ଶରୀର ବେଲପତ୍ର ମାଳରେ ମଣ୍ଡିତ ହୋଇଥାଏ । ଆଜି ପବିତ୍ର ଦଶହରାରେ ମା ମହିଷା ମର୍ଦ୍ଧିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ କୁମାର ପୂଣ୍ଣମୀରେ ଭକ୍ତ ବଳୀଜେନାସହ ମା କଉଡି ଖେଳିବେ । ବଳୀଜେନା କଉଡିଖେଳି ହାରିବା ପରେ ପୁଣି ଆସନ୍ତା ବର୍ଷ ମାଙ୍କ ସେବା କରିବା ନିମନ୍ତେ ଶପଥ ନେଇ ନିଶାର୍ଦ୍ଧରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାପରେ ମାଙ୍କର ଚଳିତବର୍ଷର ଶାରଦୀୟ ପାର୍ବଣ ସରିବ ।

LEAVE A REPLY

Please enter your comment!
Please enter your name here