ବିପଦଜନକ ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର , କେତେବେଳେ ବି ଘଟିପାରେ ଅଘଟଣ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବିପଦଜନକ ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର , କେତେବେଳେ ବି ଘଟିପାରେ ଅଘଟଣ ! ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ପଂଚାୟତ ର ଜଳେଶ୍ୱର ଦେବଙ୍କ ଠାରୁ ତଳସାହି ମୁଖ୍ୟ ରାସ୍ତା ରେ ଦେଖା ଦେଇଛି ଏପରି ଅବ୍ୟବସ୍ଥାର ଚିତ୍ର ! ରାସ୍ତା ଟି NH – 16 ସହିତ ଜଙ୍କିଆ ଠାରେ ମିଶିଅଛି , ଏଣୁ ରହି ରାସ୍ତା ଦେଇ ବହୁତ ଲୋକ ଓ ଯାନବାହାନ ଯାତାୟାତ କରିଥାଏ ! ମୁଖ୍ୟତଃ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରତେକ ଦିନ ଏହି ରାସ୍ତା ଦେଇ ଭୟଭୀତ ହୋଇ ଯାଉଛନ୍ତି ! ପିଲାମାନଙ୍କ କହିବା କଥା , ସେମାନେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନଙ୍କୁ ବହୁତ ବାର କହିବା ପରେ ମଧ୍ୟ କଥା କେହି ଶୁଣୁନାହାନ୍ତି ! ଏହି ଅଂଚଳଟି ଜଙ୍କିଆ ବିଦ୍ୟୁତ ବିଭାଗ ଅଧୀନରେ ଯାଉଛି ! ପିଲାମାନଙ୍କ କହିବା ମୁତାବକ ବିଭାଗ ର ଏସବୁ ଖାମଖିଆଲି ନୀତି କାରଣରୁ ମୁଣ୍ଡ ଉପରେ ଝୁଲି କରି ରହିଛି ବିପଦ ! ଗୋଳବାଇ ଭଗବତୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଘଟଣା ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ! ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଲେ , ଛାତ୍ର ଛାତ୍ରୀ ମାନେ ନିର୍ଭୟ ରେ ବିଦ୍ୟାଳୟ ଯିବା ଆସିବା କରିପାରିବେ ! ଦେଖିବା କୁ ବାକି ରହିଲା କେବେ ଜିଲ୍ଲାପାଳ ଛାତ୍ର ଛାତ୍ରୀ ଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି ଓ ବିଦ୍ୟୁତ ବିଭାଗ ଏହାର ସମାଧାନ ପ୍ରତି ଧ୍ୟାନ ଦେଉଛନ୍ତି |

Leave a Reply

Your email address will not be published. Required fields are marked *