ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ! ଆଜି ଅପରାହ୍ନରେ ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି । ସମ୍ପାଦିକା ଅଧ୍ୟାପିକା ସସ୍ମିତା ଦାଶ ପ୍ରାକ୍ ସୂଚନା ଦେବାପରେ ଏହି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗତା କେବଳ ଉଚ୍ଚ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନେ ଅଂଶଗ୍ରହଣ କରିବେ, ସର୍ବ କନିଷ୍ଠ, କନିଷ୍ଠ, ଏବଂ ବରିଷ୍ଠ ଭିତ୍ତିରେ ଚୟନ କରାଯିବ । ଚଳିତ ମାସ ତା ୧୯.୧୧.୨୦୨୩ ରିଖ ରବିବାର ପୂର୍ବାହ୍ନରେ ୧୦ ଘଣ୍ଟାରେ , ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଡ କଲ୍ୟାଣୀ ମିଶ୍ର, ଅରୁପାଞ୍ଜଳି ମହାନ୍ତି, ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ଶ୍ରୀରାମା ରାଓ, ବିଚିତ୍ରାନନ୍ଦ ବେବର୍ତ୍ତା, ଅଧ୍ୟାପକ ଅର୍ଜୁନ ଜେନା, ଅଧ୍ୟାପକ ସୀତାରାମ ପ୍ରଧାନ ପ୍ରଭୃତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ଶେଷରେ ଅରୁପାଞ୍ଜଳି ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *