ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ବୈଦେଶ୍ଵର ଠାରେ ଥିବା କଇଁଫୁଲ ଆଶ୍ରମ ପ୍ରାଙ୍ଗଣରେ ଆମ ଆଦମି ପାର୍ଟି ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପାର୍ଟିର ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପରିଡା, ସମ୍ପାଦକ ଅମିତ ମହାପାତ୍ର, ଦିଲ୍ଲୀପ କୁମାର ବେହେରା ଏବଂ ବାଙ୍କୀ ଦାୟିତ୍ୱ ରେ ଥିବା କମଳାକାନ୍ତ ପ୍ରହରାଜ କାର୍ଯ୍ୟ ନିର୍ବାହ କରିଥିଲେ । ଅଂଚଳର ପ୍ରାୟ 50 ଜଣ କର୍ମୀ ଙ୍କୁ ନେଇ ଏହି ସାଙ୍ଗଠନିକ ସଭା ଆୟୋଜନ କରାଯାଇଥିଲା । ବାଙ୍କିରେ ଚାଲିଥିବା ବେଆଇନ କାର୍ଯ୍ୟ କୁ ଗୁରୁତ୍ୱ ଦେଇ ସଭାପତି ଶ୍ରୀ ପରିଡା ନିଜ ଅଭିଭାଷଣ ରଖିଥିଲେ । ବାଙ୍କୀ ରେ ପ୍ରଶାସନିକ ଅଧିକାରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ବାଙ୍କୀ ର ରାଜସ୍ବ କିଭଳି ହରିଲୁଟ ହେଉଛି ତାକୁ ଆମ ଆଦମି ପାର୍ଟି ଆଗାମୀ ଦିନରେ ବରଦାସ୍ତ କରିବ ନାହିଁ ବୋଲି କହିଥିଲେ ସଭାପତି ଶ୍ରୀ ପରିଡା । ଦଳକୁ ବାଙ୍କୀ ରେ କିଭଳି ମଜଭୁତ କରାଯିବ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।
ଆମ ଆଦମି ପାର୍ଟି ର ସାଙ୍ଗଠନିକ ବୈଠକ !!!

