ପଟ୍ଟଚିତ୍ର ଶିଳ୍ପୀ ତରୁଲତା ସାହୁ ବାଙ୍କୀ ମହୋତ୍ସବରେ ସମ୍ବର୍ଦ୍ଧିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପଶ୍ଚିମ ବାଙ୍କୀ କେନ୍ଦୁପଲ୍ଲୀର ପଟ୍ଟଚିତ୍ର ଶିଳ୍ପୀ ଶ୍ରୀମତୀ ତରୁଲତା ସାହୁ ନିକଟରେ ଶେଷ ହୋଇଥିବା ଚବିଶ ତମ ବାଙ୍କୀ ମହୋତ୍ସବରେ ବାଙ୍କୀ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି | ନାରୀ ସଶକ୍ତିକରଣରେ ଦୁଇପାଦ ଆଗକୁ ଯାଇ ନିଜେ ପଟ୍ଟଚିତ୍ର ଶିକ୍ଷା କରି ସ୍ୱୟଂ ଆତ୍ମନିର୍ଭରଶୀଳ ହେବା ସହିତ ନିଜ ଗ୍ରାମରେ ଅନ୍ୟ ଝିଅ ବୋହୁଙ୍କୁ ଶିକ୍ଷାଦାନ ମଧ୍ୟ କରାଉଛନ୍ତି |

ତରୁଲତା ସାହୁଙ୍କ ପରିକଳ୍ପନାରେ ପରିଚାଳିତ ଜୟ ମାଆ ମଙ୍ଗଳା ପଟ୍ଟଚିତ୍ର ଉତ୍ପାଦଳ ଗୋଷ୍ଠୀ , କେନ୍ଦୁପଲ୍ଲୀ ସମଗ୍ର ଓଡ଼ିଶାରେ ପଟ୍ଟଚିତ୍ର ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି | ଦେଶ ବିଦେଶରେ ତରୁଲତା ଏବଂ ତାଙ୍କ ସାଥୀଙ୍କ ପଟ୍ଟଚିତ୍ରର ବହୁ ପ୍ରସଂଶକ ରହିଛନ୍ତି | ଶ୍ରୀମତୀ ତରୁଲତା ସାହୁ ନିଜ ଅଞ୍ଚଳରେ ନାରୀ ମାନଙ୍କୁ ପଟ୍ଟଚିତ୍ର ମାଧ୍ୟମରେ ସ୍ୱାବଲମ୍ବୀ କରିବା ସଙ୍ଗେ ବହୁତ ଗୁଡିଏ ସାମାଜିକ ଅନୁଷ୍ଠାନ ସହିତ ସମ୍ପୃକ୍ତ ରହି ସାମାଜିକ କାର୍ଯ୍ୟକ୍ରମ ମାନ କରୁଛନ୍ତି | ନାରୀଙ୍କ ପାଇଁ ପ୍ରେରଣାର ଉତ୍ସ ବନିଥିବା ଶ୍ରୀମତୀ ସାହୁଙ୍କୁ ବାଙ୍କୀ ମହୋତ୍ସଚର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଶିଳ୍ପ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉତ୍ତରୀୟ ଓ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଅନ୍ୟତମ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବିଧାୟକ ଦେବିରଞ୍ଜନ ତ୍ରିପାଠୀ ମାଆ ମଙ୍ଗଳା ପଟ୍ଟଚିତ୍ର ଷ୍ଟଲକୁ ବୁଲି ଦେଖିଥିଲେ |

 

Leave a Reply

Your email address will not be published. Required fields are marked *