ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବକେୟା ଦରମା ମାଗିବାରୁ ବାଙ୍ଗାଲୋର ରେ ଯୁବକ ଙ୍କୁ ହତ୍ୟା ଅଭିଯୋଗ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ପାଳୁଧୁଆପଲ୍ଲୀ ଗୋପିନାଥପୁର ଗ୍ରାମର ଜଣେ ଯୁବକ ବକେୟା ଟଙ୍କା ମାଗିବାରୁ ବାଙ୍ଗାଲୋର ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯାଇ ଥିବାର ଦୁଃଖଦ ଘଟଣା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ! ଘଟଣା ରୁ ପ୍ରକାଶ ଯେ ମୃତକ ମଦନ ହରିଚନ୍ଦନ (୨୮) ନାମକ ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ବାଙ୍ଗାଲୋର ସ୍ଥିତ ବିରଳା ଆଲୋକ୍ୟ ରିୟଲ ଇଷ୍ଟେଟ ବିଲ୍ଡର୍ସ ଆଣ୍ଡ କନଷ୍ଟ୍ରକସନ କମ୍ପାନୀ ରେ ସୁପରଭାଇଜର ରୂପେ ରେ କାମ କରୁଥିଲେ । ଦୀର୍ଘ ବର୍ଷ କାମ କରିବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ସାତ ମାସ ଧରି ଦରମା ନଦେଇ ବହୁତ ହଇରାଣ ଓ ହରକତ କରୁଥିବା ମଦନ ନିଜ ପରିବାର କୁ ଜଣାଇଥିଲେ । ଗତ ୩୧ ତାରିଖ ଦିନ ଏହି ବିବାଦ ର ସମାଧାନ ହୋଇଛି ଏବଂ ବକେୟା ଦରମା ଦେବାକୁ କମ୍ପାନୀ ର ଅଧିକାରୀ ରାଜି ହୋଇଛନ୍ତି ବୋଲି ଖବର ସେ ପରିବାର କୁ ଜଣେଇଥିଲେ ! କିନ୍ତୁ ତା ପରଦିନ, ନଭେମ୍ବର ୧ ତାରିଖ କମ୍ପାନୀ କାର୍ଯ୍ୟାଳୟ ନିକଟ ଏକ ଅଳିଆଗଦା ନିକଟରେ ମଦନ ର ମୃତଦେହ ପଡ଼ିଥିବା ଖବର କମ୍ପାନୀ କର୍ମଚାରୀ ଙ୍କ ଠାରୁ ଖବର ପାଇ ମଦନ ଙ୍କ ପତ୍ନୀ ବିଷ୍ନୁପ୍ରିୟା ଗ୍ରାମର କିଛି ଲୋକଙ୍କ ସହିତ ବାଙ୍ଗାଲୋର ଯାଇଥିଲେ ! ବାଙ୍ଗାଲୋର ପୋଲିସ ମଦନ ଙ୍କ କ୍ଷତ ବିକ୍ଷତ ମୃତ ଦେହକୁ ଅଳିଆ ଗଦାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ କରିବା ସହ ତାଙ୍କ ପରିବାର କୁ ଶବ ହସ୍ତାନ୍ତର କରଛି ! ମଦନ ଙ୍କ ଶରୀରରେ ବହୁ କ୍ଷତ ଚି଼ହ୍ନ ଥିବାରୁ ସ୍ୱାମୀଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ବିଷ୍ନୁପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି । ମୃତ ମଦନଙ୍କୁ ନେଇ ବିଷ୍ନୁପ୍ରିୟା ରବିବାର ଗ୍ରାମକୁ ଫେରିବା ପରେ ଗ୍ରାମରେ ଶୋକାକୁଳ ପରିବେଶରେ ମଦନଙ୍କ ଅନ୍ତିମ କ୍ରିୟା ସମାପନ କରାଯାଇଛି । ସ୍ୱାମୀଙ୍କ ହତ୍ୟା ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ସହ ସ୍ୱାମୀ ଙ୍କ ନାଯ୍ୟ ଦରମା ଫେରି ପାଇବା ପାଇଁ ବିଷ୍ନୁପ୍ରିୟା ପୋଲିସ ଓ ପ୍ରଶାସନ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି ।
ବକେୟା ଦରମା ମାଗିବାରୁ ବାଙ୍ଗାଲୋର ରେ ଯୁବକ ଙ୍କୁ ହତ୍ୟା ଅଭିଯୋଗ !!!

