ବାଣପୁର ରେ ବିଜୁ ଜନତା ଦଳ ତରଫରୁ ପ୍ରଶିକ୍ଷଣ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ୧୪ ଓ ୧୫ ନମ୍ବର ଜୋନ ର କର୍ମକର୍ତ୍ତା ଓ କର୍ମୀ ଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ସହିଦ କୃତିବାସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ପ୍ରଶିକ୍ଷଣ ଶିବିର କୁ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜା ଚକ୍ର ପରିଚାଳନା କରିଥିବା ବେଳେ ତୃଣ ମୂଳ ସ୍ତରରେ ଦଳକୁ ଆଗତ ଦିନରେ ମଜବୁତ୍ କରିବା ଏକ ପ୍ରଶିକ୍ଷକ ଭାବେ ଭୁବନେଶ୍ଵର ଶଙ୍ଖ ଭବନ ରୁ ଆସିଥିବା ଦୁଇ ବିଜେଡି ମୁଖ ପାତ୍ର ସୋଫିଆ ଆଲମ, ଲୋରା ମହାପାତ୍ର ଯୋଗ ଦେଇଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଦାନ, ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ, ଚିଲିକା ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିୟାର ସିଂ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ବିଜେଡି ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ୫୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରେ ଜୋନ ନମ୍ବର ୧୪,୪,୫,୬ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜେଡି କର୍ମକର୍ତ୍ତା କୁ ନେଇ ୯ ତାରିଖ ଦିନ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଅଧିକା ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା ଓ ଜନହିତକର ଯୋଜନା ଲୋକଙ୍କ ନିକଟତର ହେବ ଓ ତାର ପ୍ରଚାର ପ୍ରସାର ହେବ ସେଥିପାଇଁ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *