ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଶ ଧୂମଧାମରେ ଉଜ୍ଜାପିତ ହେଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପକଣ୍ଠ ଡ଼ାଳତୋଳାର ଗଜଲକ୍ଷ୍ମୀ ମହୋତ୍ସବ I ସାତଦିନ ଧରି ଚାଲିଥିବା ଏହି ମହୋତ୍ସବକୁ ବେଶ ଉପଭୋଗ କରିଥିଲେ ସ୍ଥାନୀୟ ଲୋକ I ପହିଲି ଶୀତୁଆ ସନ୍ଧ୍ୟା ସାଙ୍ଗକୁ ମିନା ବଜାରର ପସରା , ତା ସାଙ୍ଗକୁ ଭଳି ଭଳିକା ଖାଦ୍ୟର ଆସର, ଯେଉଁଥିପାଇଁ ଜନସମୁଦ୍ର ପାଲଟିଥିଲା ଡ଼ାଳତୋଳାର ହାଟ ପଡିଆ I ଏହି ମହୋତ୍ସବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁ ସଭାପତିତ୍ୱ କରିଥିବା ବେଳେ, ସମ୍ପାଦନା କରିଥିଲେ ରୁସ୍ତମ ଖାନ ଏବଂ ଅଭୟ କୁମାର ସିଂ I ପ୍ରତ୍ୟକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇକ ଅଖାଡା, ସମ୍ବଲପୁରୀ ଦୁଲଦୁଲି, ମେଲୋଡି ଡ୍ୟାନ୍ସ, ଗୋଟିପୁଅ ନୃତ୍ୟ ସାଙ୍ଗକୁ ସିନେ କଳାକାରଙ୍କ ନାଚଗୀତରେ ଝୁମିଥିଲେ ଦର୍ଶକ I ଲମ୍ବା ଶୋଭାଯାତ୍ରା ସହ ମା ଗଜଲକ୍ଷ୍ମୀଙ୍କୁ ଲୋକମାନେ ଦେଇଥିଲେ ମେଲାଣି I
ଉଜ୍ଜାପିତ ହେଲା ଡ଼ାଳତୋଳାର ଗଜଲକ୍ଷ୍ମୀ ମହୋତ୍ସବ !!!

