ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ନଦୀ ସୁରକ୍ଷା ଓ ଜାତି ସରଂକ୍ଷଣ କୁ ନେଇ କୁଜଙ୍ଗ ମଙ୍ଗରାଜପୁରରେ ଏକ କୈବର୍ତ୍ତ ସମାବେଶ ଅନୁଷ୍ଠିତ ହୋଇଯାଇଛି | କୈବର୍ତ୍ତ ମହାସଭା ର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଙ୍କ ନେତୃତ୍ଵରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ର ଅନେକ କୈବର୍ତ୍ତ ଏକତ୍ରୀତ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ବିଧାୟକ ଶଶୀଭୂଷଣ ବେହେରା ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ | ନଦୀ ସୌରlତ ଗୁଡିକ ନିଲାମ ସମୟରେ ରାଜ୍ୟ ସରକାର ପ୍ରତିବର୍ଷ 10 ଶତକଡା ଟିକସ ବୃଦ୍ଧି ସାଙ୍ଗକୁ କିଛି ଅଣ ମତ୍ସ୍ୟଜୀବୀ ମାନେ ଏହି ନିଲାମ ଧାରୀ ହୋଇ ପ୍ରକୃତ କୈବର୍ତ୍ତ ମାନଙ୍କ ରୋଜଗାରରେ ବାଧା ସୃଷ୍ଟି କରୁଥିବା ଓ ଅନେକ ନଦୀ ଗୁଡିକ ପୋତି ହୋଇ ଯାଉଥିବା ବେଳେ ଏହାର ପୁନଃ ଉଦ୍ଧାର କରିବା ପାଇଁ ଆଜି ବୈଠକରେ ସମସ୍ତେ ଦାବି ଉପସ୍ଥାପନା କରିଥିଲେ | କୈବର୍ତ୍ତ ଜାତି ତାର କୌଳିକ ବୃତ୍ତି କୁ ଜାବୁଡି ଧରିଥିବା ବେଳେ ସେମାନଙ୍କ ଉନ୍ନତି ପାଇଁ ସରକାର ଯତ୍ନବାନ ହେବା କୁ ଓ ଜାତି ସରଂକ୍ଷଣ ଦିଗରେ ଉଚିତ ପଦକ୍ଷେପ ମାନ ଗ୍ରହଣ କରିବା ପାଇଁ ସରକାର ଦୃଷ୍ଟି ଦେବାକୁ ସେମାନେ ନିଜସ୍ୱ ମତ ଉପସ୍ଥାପନ କରିଛନ୍ତି |
କୌଳିକ ବୃତ୍ତି କୁ ରକ୍ଷା ନିମନ୍ତେ କୈବର୍ତ୍ତ ଙ୍କ ସମାବେଶ !!!

