ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଶିଶୁ ଦିବସ ଏବଂ ପଣ୍ଡିତ ଶ୍ରୀ ଜବାହରଲାଲ ନେହୁର ଜୟନ୍ତୀ ସମଗ୍ର ଓଡ଼ିଶାରେ ପାଳନ କରାଯାଉଛି। କଥାରେ ଅଛି ଶିଶୁ ହସିଲେ ଦୁନିଆ ହସେ। ଆଜି ଶିଶୁ ମାନଙ୍କ ପାଇଁ ଦିନଟିଏ ହୋଇଥିବା ବେଳେ। ମଙ୍ଗଳବାର ବାଣପୁର ଅଞ୍ଚଳର ସମସ୍ତ ଶିକ୍ଷା ଅନୁଷ୍ଠାନ ରେ ଶିଶୁ ଦିବସ ପାଳନ କରାଯାଇଛି। ଅବସରରେ ବାଣପୁର ଅଞ୍ଚଳର ବେସରକାରୀ ଶିକ୍ଷା ଅନୁଷ୍ଠାନ ଏକ୍ସଲେଣ୍ଟ ମ୍ୟାଥ ମ୍ୟାଟିକ୍ କୋଚିଙ୍ଗ ସେଣ୍ଟର ତରଫରୁ ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ପରିସର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ପରିପେଖ୍ୟିରେ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ଵ ରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ତାରା ପ୍ରସାଦ ପ୍ରସାଦ ପ୍ରଧାନ,ସମ୍ମାନିତ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ, ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମିଶ୍ର, ଶିକ୍ଷକ ସୁଶିଲ କୁମାର ପାଇକରାୟ, ସୋମନାଥ ନାୟକ, ବିନାୟକ ମୁଦୁଲି, ସୁଶ୍ରୀ ଅମିତା ମହାପାତ୍ର, ସୁଶ୍ରୀ ମଧୁସ୍ମିତା ନନ୍ଦ ଓ ସୁଶ୍ରୀ ବନ୍ଧନା ପରିଡ଼ା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଅତିଥି ଭାବେ ଯୋଗଦେଇଥିଲେ। ସଭା ପରିସେସରେ ଶିକ୍ଷା କ୍ଷେତ୍ର ଓ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ହୋଇଥିବା ବିଭିନ୍ନ ପତିଯୋଗିତା କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାରର ବିତରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।।
ଏକ୍ସଲେଣ୍ଟ ମ୍ୟାଥମ୍ୟାଟିକ୍ କୋଚିଙ୍ଗ ସେଣ୍ଟର ରେ ଶିଶୁ ଦିବସ ପାଳିତ !!!

