ବାଣପୁର ସାନହନ୍ତୁଆଡ଼ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା : ହରିବୋଲ ହୁଳହୁଳି ରେ କମ୍ପିଲା ଗାଁ ଦାଣ୍ଡ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ଗ୍ରାମପଞ୍ଚାୟତ ସାନହନ୍ତୁଆଡ଼ ଗ୍ରାମରେ ଅତି ପୁରାତନ କାଳରୁ ପାଳିତ ହୋଇ ଆସୁଛି ଗିରି ଗୋବର୍ଦ୍ଧନ ପୂଜା l ଶହେ ବର୍ଷରୁ ଉର୍ଦ୍ଧ ହେବ ଶ୍ରୀ ଶ୍ରୀ ରଘୁନାଥ ଦେବ ଓ ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ପାଳିତ ହେଉଛି ଏହି ଉତ୍ସବ l ଦୁଇଦିନ ଧରି ଚାଲିଥିବା ଗିରି ଗୋବର୍ଦ୍ଧନ ପୂଜା ର ବୁଧବାର ହେଉଛି ଶେଷଦିନ । ଶେଷଦିନ ଅବସରରେ ପୂଜା ମହୋତ୍ସବରେ ବାଣପୁର ଅଞ୍ଚଳର ବିଭିନ୍ନ ଗ୍ରାମ ରୁ ୭ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ l ବାଳ ଗୋପାଳ ଦେବ , ମଦନ ମୋହନ ଦେବ ଓ କୁଞ୍ଜ ବିହାରୀ ଦେବଙ୍କୁ ଗ୍ରାମବାସୀ ମାନେ ପରିଭ୍ରମଣ ସହିତ ନଗରକୀର୍ତ୍ତନ ରେ ଉଛୁଳିପଡୁ ଥିଲା ଗାଁ ଦାଣ୍ଡ , ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ହୁଳହୁଳି ସାଙ୍ଗକୁ ହରିବୋଲ ରେ କମ୍ପୁଥିଲା ଅଞ୍ଚଳ l ଶେଷ ଦିନ ଅବସରରେ ଆଖପାଖ ରୁ ଓ ଦୂର ଦୂରାନ୍ତ ରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l

Leave a Reply

Your email address will not be published. Required fields are marked *