ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ପୁଇଁଚା ଗ୍ରାମପଞ୍ଚାୟତ ର କଢ଼ାମଲ୍ଲ ଗ୍ରାମରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ବାଙ୍କୀ ପ୍ରଶାସନ ତରଫରୁ ଗ୍ରାମର 6 , 7 , 8 ଏବଂ 9 ନମ୍ବର ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି . ଗତ ମେ ମାସ ୨୪ ତାରିଖ ଦିନ ବାଙ୍କୀ ବ୍ଲକ ଅନ୍ତର୍ଗତ ପାଣିଗ୍ରାହୀପୁର ପାଟଣା ଗ୍ରାମରେ, ପାଣିଗ୍ରାହୀପୁର ପାଟଣା ଗାଁ କଲ୍ୟାଣ ସମିତି ପରିଚାଳନାରେ ଏକ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ଅଙ୍ଗନୱାଡି କର୍ମୀ କଳାବତୀ ବେହେରା, ଆଶା କର୍ମୀ ମଞ୍ଜୁଲତା ପ୍ରଧାନ ଓ ୱାର୍ଡମେମ୍ବର ଲତାନୟକ , ରଞ୍ଜିତ ତ୍ରିପାଠୀ ଙ୍କ ସମେତ ଗାଁ କଲ୍ୟାଣ ସମିତି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଶିବିରରେ ବାଙ୍କୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସକ ଡ. ମିଲନ କୁମାର ତ୍ରିପାଠୀ ଓ ସ୍ୱାସ୍ଥ୍ୟ କର୍ମୀ ବିଶ୍ୱଭୂଷଣ ବାହୁବଳୀନ୍ଦ୍ର ଙ୍କ ସହ ଅନ୍ୟ କର୍ମୀ ସହଯୋଗ କରିଥିଲେ, ଶିବିରରେ ପାଣିଗ୍ରାହୀପୁର ପାଟଣା ଓ କଢାମଲ୍ଲ ଗ୍ରାମ ର ୧୫୦ ଜଣ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ବେଳେ ୨୯ଜଣ ଲୋକ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲେ । କରୋନା ଚିହ୍ନିତ ସମସ୍ତ ଙ୍କୁ ଘରେ ଏକାନ୍ତ ବାସ ରେ ରହି କରୋନା କଟକଣା ନିୟମ ପାଳନ କରିବାକୁ ବୁଝାଇ ସରକାର ଙ୍କ ତରଫରୁ ଔଷଧ ଯୋଗାଇ ଦିଆ ଯାଇଥିଲା । ୨୯ ଜଣ କରୋନା ସଂକ୍ରମିତ ଖବର ପାଇ କଢମଲ୍ଲ ଓ ପାଣିଗ୍ରାହୀପୁର ପାଟଣା ଗ୍ରାମକୁ ମେ ୨୮ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରପଞ୍ଚ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଥିଲେ ।
ତେବେ ପ୍ରଥମ 4 ଦିନର କଟକଣା ସମୟରେ ସ୍ଥାନୀୟ ଲୋକମାନେ ଆବଶ୍ୟକୀୟ ସାମଗ୍ରୀ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ , ଗତକାଲି ରାତି ରେ କଟକଣା ସରିବା ପରେ ଆଜି ବାଙ୍କୀ ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପରେ ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଛି . ଅତ୍ୟାବଶ୍ୟକୀୟ ସାମଗ୍ରୀ , ଔଷଧ , ପନିପରିବା, କ୍ଷୀର ଏପରିକି ଗୋଖାଦ୍ୟ ଯୋଗାଣ ପାଇଁ ସ୍ଥାୟୀ ବ୍ୟବସ୍ଥା ନକରି କଟକଣା ଲାଗୁ କରାଯିବ କାରଣରୁ ଲୋକେ ଅସୁବିଧା ଭୋଗୁଛନ୍ତି . ଏପରିକି ବାଙ୍କୀ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଡାକ୍ତରୀ ଟିମ ଆସି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିନାହିଁ . ତେବେ କଥା ହେଲା ନିଷିଦ୍ଧାଞ୍ଚଳ ଘୋଷଣା ସମ୍ପର୍କରେ କୌଣସି ସରକାରୀ ଅଧିକାରୀ ନୋଟିସ ଲଗାଇ ନାହାନ୍ତି . ସାମାଜିକ ଗଣମାଧ୍ୟମରେ ବାଙ୍କୀ ଉପ-ଜିଲ୍ଲାପାଳଙ୍କ ଆଦେଶ ଚିଠି ଦେଖି ଲୋକେ ଏ ସମ୍ପର୍କରେ ସୂଚନା ପାଇଥିବାର ଜଣାଯାଇଛି .