ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ଧରି ୧୭ତାରିଖ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ସଭାପତିତ୍ବ ରେ ଏହି ମେଳା ଉର୍ତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ କୃଷି ବିଭାଗ ର ମୁଖ୍ୟ ଯନ୍ତ୍ରୀ ମୁକ୍ତି କାନ୍ତ ମହାପାତ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ,ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗଦେଇଥିଲେ।ସରକାର ଦେଉଥିବା ପ୍ରୋତ୍ସାହନ କୁ ସତ ପ୍ରତିଶତ କାମରେ ଲଗାଇ ଓଡିଶା କୁ ଅନ୍ୟ ରାଜ୍ୟ ତୁଳନା ରେ ଆଗକୁ ନେବାକୁ ସଂକଳ୍ପ ନେବାକୁ ଆବଶ୍ୟକ ବୋଲି ବିଧାୟକ ଡ଼ଃ ସାହୁ କହିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ଏବର୍ଷ ନୟାଗଡ଼ ଜିଲ୍ଲା କୁ ଅଧିକ ଟାର୍ଗେଟ ଦିଆଯାଇଥିବା ପ୍ରକାଶ କରିଥିଲେ। କୃଷି ଓ କୃଷକ ପାଇଁ ସରକାର ଯେଉଁ ଯୋଜନାମାନ କରିଛନ୍ତି କୃଷକ ଉପକୃତ ହେଉଛନ୍ତି ବୋଲି ଇଂ ଦେବାଶିଷ ପଟ୍ଟନାୟକ କହିଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର କୃଷି ବଜେଟ କରିଥିବା ରୁ ରାଜ୍ୟ ର ବହୁ ଚାଷୀ ଉପକୃତ ହେଉଥିବା କଥା ପ୍ରକାଶ କରିଛନ୍ତି।ଏହି ଅବସରରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଦ୍ୱାରା କୃଷକ ମାନଙ୍କ ର ଚାଷ କାର୍ଯ୍ୟ ଆଉ ଦୁଇଗୁଣିତ ହୋଇଛି ବୋଲି ପ୍ରକାଶ କରିଥିଲେ। କୃଷି କ୍ଷେତ୍ର ରେ ରାଜ୍ୟ ବହୁତ ଥର କୃଷି କର୍ମଣ ପୁରସ୍କାର ପାଇଥିବା କହିଥିଲେ। ଦିନେ ଭୋକର କଳାହାଣ୍ଡି ଆଜି ବିକାଶ ର କଳାହାଣ୍ଡି ପାଲଟିଛି ବୋଲି ଉଦାହରଣ ରଖିଥିଲେ। ପ୍ରତ୍ୟକ ଦିନ କୃଷକ ମାନଂକୁ ନେଇ ତାଲିମ ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅପର୍ଣ୍ଣା ପ୍ରିୟଦର୍ଶିନୀ ମହାପାତ୍ର ସଭା ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *