ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଜେଟରେ ସାମାଜିକ କଲ୍ୟାଣ ପାଇଁ, ଗରିବ ଲୋକଙ୍କ ବିକାଶ ପାଇଁ ଆବଣ୍ଟିତ ଥିବା ଅର୍ଥକୁ ସରକାର ଜାଣିଶୁଣି ବର୍ଷ ପରେ ବର୍ଷ ଖର୍ଚ୍ଚ ନକରି ନିଜକୁ ଏକ ବଳକା ରାଜ୍ୟ ଭାବରେ ଦେଖାଇ ଗର୍ବ କରିବା ଏକ ୱେଲଫେୟାର ଷ୍ଟେଟ ର ଲକ୍ଷଣ ହୋଇପାରେ କି ? ଆଜି ଏକ ବଳକା ରାଜ୍ୟ କାହିଁକି ଗରିବୀରେ ଏକ ନମ୍ବର ? ଓଡିଶାର ମୁଣ୍ଡ ପିଛା ଆୟ ଆଜି ଦେଶରେ 22 ନମ୍ବର ସ୍ଥାନରେ l କିନ୍ତୁ ସରକାର କହୁଛନ୍ତି ଯେ ସରକାର ବଳକା ବଜେଟରେ ଦେଶରେ ଏକ ନମ୍ବର l ଏହାର ଅର୍ଥ ହେଉଛି ଯେ ଓଡିଆ ଲୋକ ଗରିବ, ସରକାର ଧନୀ l ଯେଉଁ ରାଜ୍ୟରେ ରାଜା ଧନୀ ହୁଏ ଆଉ ପ୍ରଜା ଗରିବ ହୁଏ, ସେଠାରେ ରାଜା ଉତ୍ପୀଡ଼ନ କରୁଛନ୍ତି ବୋଲି କୁହାଯାଏ l ଓଡ଼ିଶାରେ ସେଭଳି ପରିସ୍ଥିତି ହୋଇଛି l

