ନନ୍ଦିପୁର ଶାସନରେ ସପ୍ତ ଦିବସୀୟ ପୀଠ ଦକ୍ଷିଣ କାଳୀଙ୍କ ସାଧାନୋତ୍ସବର ପୁରଶ୍ଚରଣ କର୍ମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜକୁ ଦୀର୍ଘ ୧୫୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଶାସନ ଗ୍ରାମରେ ଦୁଇଟି ପୀଠରେ ଦକ୍ଷିଣ କାଳୀଙ୍କର ସାଧନୋତ୍ସବ ବିଧି ଅନୁଯାୟୀ ପ୍ରଚଳିତ ହୋଇ ଆସୁଅଛି। ଚଳିତ ବର୍ଷ ପବିତ୍ର ଦୀପାବଳି ଦିନ ଅର୍ଦ୍ଧରାତ୍ରରେ ଘଟ ଉତ୍ତୋଳନ ଏବଂ ଜଳଯାଗ ଯାତ୍ରା ସହ ଦକ୍ଷିଣ କଳିକାଙ୍କର ସାଧନ କର୍ମ କରାଯାଇଥିଲା । ଦାଣ୍ଡ ଦକ୍ଷିଣ କାଳୀ (ବଡ କାଳୀ) ପୀଠରେ ଆଚାର୍ଯ୍ୟ ଭାବରେ ଅଧ୍ୟାପକ ଡଃ ଚିନ୍ମୟ ଦାଶ, ଅଶୋକ କୁମାର ଶତପଥୀ ଯୋଗଦାନ କରିଥିଲେ। କୁଳମଣୀ ଶତପଥୀ ଓ ସଂଗୀତା ଶତପଥୀ ସାଧନୋତ୍ସବ କର୍ମର ମୁଖ୍ୟକର୍ତ୍ତା ଭାବରେ ଦାୟୀତ୍ଵ ତୁଲାଇଥିଲେ। ଏଥିଲେ ସନ୍ତୋଷ ଶତପଥି, ମନୋଜ ଶତପଥି, ମୋହନ ଶତପଥି, ଗୀତାଞ୍ଜଳି ଶତପଥୀ,ମନ୍ମଥ ଶତପଥୀ, ଶଶିକାନ୍ତ ଶତପଥି, ରଜନୀ କାନ୍ତ ଶତପଥି ଆଦି ସହଯୋଗ କରିଥିଲେ। ସେହିପରି ସାନ କାଳୀ ପୀଠରେ କର୍ତ୍ତା ଅକ୍ଷୟ ଶତପଥି ଓ ଉମା ରାଣୀ ଶତପଥୀଙ୍କ ସାଧନୋତ୍ସବ କର୍ମରେ ଆଚାର୍ଯ୍ୟ ଭାବରେ ବରିଷ୍ଠ ଶିକ୍ଷାବିତ୍ ପଣ୍ଡିତ ରମାକାନ୍ତ ଶତପଥୀ ଯୋଗ ଦାନ କରିଥିଲେ। ଏଥିରେ ଚନ୍ଦ୍ରହାସ ଶତପଥି,ପ୍ରକାଶ ଚନ୍ଦ୍ର ଶତପଥି, ବିନୋଦ ଶତପଥି ,ଶରତ ଚନ୍ଦ୍ର ଶତପଥି, ବସନ୍ତ ଶତପଥି, କାଳୀ ପ୍ରସନ୍ନ ଶତପଥି , ବିଭୁଦତ୍ତ ଶତପଥୀ ଆଦି ସହଯୋଗ କରିଥିଲେ। ସପ୍ତ ଦିବସୀୟ ଏହି ସାଧନୋତ୍ସବ କର୍ମ ସହ ପାଲା, ଭଜନ ସମାରୋହ, ସଙ୍କୀର୍ତ୍ତନ ଆଦି ସାନ୍ଧ୍ୟ କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଜନତାଙ୍କୁ ବହୁମାତ୍ରାରେ ଆକର୍ଷିତ କରିଥିଲା। ଶେଷରେ ପୁରଶ୍ଚରଣ କର୍ମ ସମାପନ ସହ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ମାଆଙ୍କୁ ମେଲାଣୀ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *