ବାଣପୁର ରେ ନବବଧୂ ଙ୍କ ସନ୍ଦେହ ଜନକ ମୃତ୍ୟୁ : ବିଷ ଦେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ଜଣେ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଯୌତୁକ ଦାବି କରି ନିର୍ଯାତନା ଦେଇ ତାଙ୍କ ଝିଅ କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ମାରିଦେଇ ଥିବା ମହିଳାଙ୍କ ମା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ! ଅଭିଯୋଗରୁ ପ୍ରକାଶ ଯେ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମକ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଶଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେବା ସହ ମାରପିଟ କରୁଥିଲେ । ତେବେ ଏ ନେଇ ୧୮ ତାରିଖ ରାତି ୯ଟା ରେ ପୂଜା ପରିବାର କୁ ଫୋନ ଯୋଗେ ଜଣାଇ ଥିଲେ ଯେ ଲକ୍ଷେ ଟଙ୍କା ଯୌତୁକ ନ ଆଣିଲେ ତାକୁ ଜୀବନରୁ ମାରି ମୁଣ୍ଡିଆ ତଳେ ଫିଙ୍ଗି ଦେବାକୁ ଶ୍ୱଶୁର ଘର ଲୋକେ କଥା ହେବାର ସେ ଶୁଣିଛନ୍ତି ଏବଂ ଧମକ ଦେଇ ନିର୍ଯାତନା ଦେଉଛନ୍ତି । ଏହା ଶୁଣି ରାତ୍ରି ୧୦ ଟାରେ ପୂଜା ଙ୍କ ପରିବାର ଲୋକ ତୋରସିଂହ ଗ୍ରାମର ରାଜାଙ୍କ ଘରେ ପହଞ୍ଚି ବାରେ ରାଜାଙ୍କ ପରିବାର ଲୋକ ପୂଜାର ମା, ଓ ସମ୍ପର୍କିୟ ମାନଂକୁ ଘର ଭିତର କୁ ଯିବାକୁ ଦେଇ ନଥିଲେ ସେହି ସମୟରେ ପୂଜା ଙ୍କ ହାତରୁ ରକ୍ତ ବହୁଥିବା ସଂଗେ ସଂଗେ ତାଙ୍କୁ ନେଇଯିବା ପାଇଁ ନଚେତ ଶଶୁର ଘର ଲୋକେ ତାଙ୍କୁ ମାରିଦେବେ ବୋଲି ଆକୁଳ ନିବେଦନ କରୁଥିଲେ । ୧୯ ତାରିଖ ସନ୍ଧ୍ୟା ରେ ପୂଜାଙ୍କୁ ଶ୍ବଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’ ଥାନାରେ ଅଭିଯୋଗ କଲା ପରେ ପୋଲିସ ପୂଜାଙ୍କ ସ୍ବାମୀ, ଶାଶୁଓ ଶଶୁର ଙ୍କୁ ଅଟକ ରଖୁ ତଦନ୍ତ ଜାରି ରଖି ଥିବା ବେଳେ ପୂଜା ବିଷ ପିଇ ଦେଇଥିବା ରାଜାଙ୍କ ପରିବାର ଲୋକ କହିଛନ୍ତି ।

Leave a Reply

Your email address will not be published. Required fields are marked *