ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ସ୍ଵେଛାସେବୀ ସଂଗଠନ ଉନ୍ନୟନ ତରଫରୁ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଠାରେ ୟୁ ଏସ ଏ ଆଇଡ଼ି ଓ କାରଗିଲ, ଟ୍ରାନ୍ସଫୋରମ ଆନୁକୂଲ୍ୟରେ ଆଣ୍ଟିବାୟୋଟିକ ର ବ୍ୟବହାର ଓ ଏହାର ଭୟାବହତା ସମ୍ପର୍କ ରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାସଗୋବିନ୍ଦପୁର ବ୍ଲକର ଆଡିସନାଲ ବି. ଭି. ଓ ଡା:ସ୍ଵାତିଲେଖା ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଣ୍ଟିବାୟୋଟିକର ବ୍ୟବହାର, ଏହାର ଉତ୍ସ ଓ ଭୟାବହତା ସମ୍ପର୍କରେ ବିସ୍ତୃତ ବଣ୍ଣନା କରିଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟ୍ୟରେ ଅମର ଦା ଭି. ଏ.ସ ସମ୍ୟରଞ୍ଜନ ଖଟୁଆ.ଝାଟିଅଡ଼ା ଓ ଗଡ଼ିଘାଟି ଏ. ଲ. ଆଇ ହରିଶ ଚନ୍ଦ୍ର ଖଟୁଆ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ. ଏହା 18 ତାରିଖ ରୁ ଆରମ୍ଭ କରି 24ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ କିପରି ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଯଦି ଆମେ ସମସ୍ତେ ଆଣ୍ଟିବାୟୋଟିକର ଠିକ ବ୍ୟବହାର ସମ୍ପର୍କରେ ସଚେତନ ଓ ଦାୟିତ୍ୱବୋଧ ନହେବ ତାହେଲେ ପରିସ୍ଥିତି ଭୟାବହ ହେବ ଏବଂ ମନୁଷ୍ୟ କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ବକ୍ତବ୍ୟ ରଖିଥିଲେ. ଉନ୍ନୟନ ର ପ୍ରକଳ୍ପ ନିର୍ଦେଶକ ସଂଜୀବ କୁମାର ଦାସ କାଯ୍ୟକ୍ରମ ପରିଚାଳନାରେ ନେତୃତ୍ୱ ନେଇଥିଲେ! ଏଥିରେ ମାନିନୀ ହାଁସଦା, ବାସନ୍ତୀ ହାଁସଦା, ସୌରଭ ବାରିକ, ଅଶ୍ୱନୀ ବାରିକ, ଶର୍ମିଷ୍ଠା ପଣ୍ଡା, ବର୍ଷା ଗିରି, ଉମା ରାଣୀ ବେହେରା ଓ S. H. G ମେମ୍ବର ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହ ଯୋଗ କରିଥିଲେ!କାର୍ଯ୍ୟକ୍ରମ ଶେଷରେ ଉନ୍ନୟନ ର ପ୍ରକଳ୍ପ ନିର୍ଦେଶକ ସଂଜୀବ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
ଆଣ୍ଟିବାୟୋଟିକ ର ବ୍ୟବହାର ଓ ଏହାର ଭୟାବହତା ସମ୍ପର୍କ ରେ ସଚେତନତା କାର୍ଯ୍ୟକ୍ରମ !!!

