ବାଣପୁର ( ଆୱାଜ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଗୁପ୍ତେଶ୍ୱର ଦେବ ଙ୍କ ମନ୍ଦିର ଘଟଣାକୁ ନେଇ ସେବାୟତ ଓ ପୂର୍ବତନ ଟ୍ରଷ୍ଟ ବୋଡ଼ର କର୍ମକର୍ତ୍ତା ଙ୍କ ମଧ୍ୟରେ କିଛି ମାସ ହେବ ବିବାଦ ଲାଗି ରହିଥିଲା । ଏପରିକି ମନ୍ଦିର ଭିତରେ ଥିବା ହୁଣ୍ଡିବାକ୍ସ କୁ ପ୍ରାୟ ଛ, ମାସ ଧରି ଖୋଲା ଯାଇନଥିଲା । ଦୁଇ ବର୍ଷ ତଳେ ଟ୍ରଷ୍ଟ ବୋଡ଼ ସଦସ୍ୟ ମାନଙ୍କର ସଦସ୍ୟତା ସରି ଯାଇଲେ ବି ତାହା ପୁନର୍ଗଠନ ହୋଇନଥିଲା । ଫଳରେ ମନ୍ଦିର ପରିଚାଳନା ରେ ସେବାୟତ ଓ ପୁରୁଣା ସଦସ୍ୟ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କିନ୍ତୁ ମନ୍ଦିରର ସଭାପତି ତହସିଲଦାର ଓ ପୋଲିସ ପ୍ରଶାସନ ଅଧିକାରୀ ଙ୍କ ଅଜ୍ଞାତରେ ବାରମ୍ବାର ହୁଣ୍ଡିବାକ୍ସ ଖୋଲା ଯାଉଥିବା ବେଳେ ଏହାକୁ ନେଇ ସେବାୟତ ମାନେ ବିରୋଧ କରିବା ସହ ମନ୍ଦିରର ସଭାପତି ତହସିଲଦାର ଙ୍କ ଦୃଷ୍ଟିଗୋଚର କରିଥିଲେ । ତତ୍କାଳୀନ ତହସିଲଦାର ଏହାକୁ ଗଭୀରତାର ସହ ନେଇ ବିନା ପ୍ରଶାସନ ଅଜ୍ଞାତରେ ହୁଣ୍ଡିବାକ୍ସ କୁ ଖୋଲିବା ପାଇଁ ମନା କରିଥିଲେ । ତେବେ ମଙ୍ଗଳବାର ତହସିଲଦାର ଡି ପଦ୍ମନାଭ ଦୋରା , ବାଣପୁର ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା, ହେଡ଼ ଟ୍ରଷ୍ଟି ବ୍ରଜ ଭୋପା, ଦୁଃଖିଶ୍ୟାମ ପରିଡା, ସୁଶାନ୍ତ ସାହୁ ଙ୍କ ସମେତ ସେବାୟତ ଓ ଗ୍ରାମର କିଛି ବ୍ୟକ୍ତିଙ୍କ ଉପସ୍ଥିତିରେ ହୁଣ୍ଡିବକ୍ସ ଖୋଲାଯିବାରେ ସେଥିରୁ (୧୪୨୯୦.୦୦ ) ଚଉଦ ହଜାର ଦୁଇଶହ ନବେ ଟଙ୍କା ବାହାରିଥିବା ବେଳେ ହୁଣ୍ଡିବାକ୍ସ କୁ ପୁଣି ପ୍ରଶାସନ ଅଧିକାରୀ ମାନେ ସିଲ କରିଥିଲେ ଓ ଏହାକୁ ଏକ ବର୍ଷ ପରେ ଖୋଲାଯିବ ବୋଲି ପ୍ରକାଶ କରିଥିଲେ । ଏତତ ବ୍ୟତୀତ ପ୍ରଶାସନ ଜ୍ଞାତରେ ଅଧିବେଶନ ମାଧ୍ୟ୍ୟମରେ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟରେ ଟଙ୍କା ଉକ୍ତ ଲଗାଯିବ ବୋଲି ପ୍ରକାଶ କରିଥିଲେ ।।
ପ୍ରଶାସନ ଉପସ୍ଥିତି ରେ ଖୋଲାଗଲା ବାଣପୁର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ଙ୍କ ମନ୍ଦିରର ହୁଣ୍ଡିବାକ୍ସ !!!

