ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ଜନ୍ମଦିନ ପାଳନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସାମ୍ବାଦିକ ଏବଂ ସାମାଜିକ କର୍ମୀ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ କାର୍ଯ୍ୟାଳୟରେ ପ୍ରଦ୍ୟୁମ୍ନ ଶତପଥୀ ମହୋଦୟ ଙ୍କୁ ଉତ୍ତରୀୟ , ଉପଢୌକନ ଦେଇ ଶୁଭେଚ୍ଛା ଜଣାଇଥିଲେ ସଂଘର ବହୁ ସଦସ୍ୟ ! ଗଣମାଧ୍ୟମ ରେ ଡିଜିଟାଲ ମିଡ଼ିଆ ର ଗୁରୁତ୍ୱ ଉପରେ ନିଜର ମତ ରଖିବା ସହିତ , ସଂଗଠନର କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଦୃଢତାର ସହିତ କହିଥିଲେ ଶ୍ରୀଯୁକ୍ତ ଶତପଥୀ !

ସେହିପରି ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ , ସାମାଜିକ କର୍ମୀ , ଆଇନଜୀବୀ , ରାଜନେତା ଉପସ୍ଥିତ ରହି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ! ସମାଜ ମଙ୍ଗଳ ହୁଂଡୀ ଭଙ୍ଗାଯାଇ ଜଣେ କର୍କଟ ପୀଡିତଙ୍କ ଚିକିତ୍ସା ନିମନ୍ତେ ଆଦାୟ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ! ଓଡ଼ିଶା ନାଗରିକ ମହାମଞ୍ଚ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଭାଷା ଆନ୍ଦୋଳନର ସଭାପତି ଏବଂ ” ସୁବାର୍ତ୍ତା” ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଶୁଭ ଜନ୍ମଦିନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମାଜସେବୀ ନାରାୟଣ ଚନ୍ଦ୍ର ଓଝା ପରିଚାଳନା କରିଥିଲେ ! ଦୀର୍ଘ 44 ବର୍ଷ ଧରି ନିରବଛିନ୍ନ ଭାବରେ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରି ଅନ୍ୟ ସାମ୍ବାଦିକ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସ୍ପଷ୍ଟବାଦୀ , ନିର୍ଭୀକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ !

 

Leave a Reply

Your email address will not be published. Required fields are marked *