ଛାଡ଼ଖାଇ ରେ ବାଲୁଗାଁ ମାଛ ବଜାର ରେ ଲୋକଙ୍କ ଭିଡ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କାର୍ତ୍ତିକ ମାସ ଶେଷ ହୋଇଛି , ଆସିଛି ଛାଡଖାଇ ! ଛାଡ଼ଖାଇ ରେ ଆମିଷ ର ଚାହିଦା ବଡ଼ିଥିବା ବେଳେ, ମାଛ,ଚିଙ୍ଗୁଡ଼ି ଓ କଙ୍କଡା କିଣିବା ପାଇଁ ପ୍ରସିଦ୍ଧ ଚିଲିକା ରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳିଛି ! ମଙ୍ଗଳବାର ଛାଡଖାଇ ସକାଳୁ ସକାଳୁ ବାଲୁଗାଁ ଚିଲିକା କୂଳ ମାଛ ବଜାର ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ! ପାଖାପାଖି ଏକ ମାସ ଧରି ମତ୍ସ୍ୟ ବ୍ୟବସାୟ ଧୀମା ଗତିରେ ଚାଲିଥିବା ବେଳେ ଛାଡଖାଇ ରେ ଚିଲିକାର ମତ୍ସ୍ୟ ବ୍ୟବସାୟୀ ମାନେ ବ୍ୟବସାୟ କରି ଅତ୍ୟନ୍ତ ଲାଭବାନ ହେବା ପାଇଁ ଖୁସି ଥିବାର ଦେଖିବାକୁ ମିଳିଛି । ବିଭିନ୍ନ କିସମର ମାଛ, ଚିଙ୍ଗୁଡ଼ି ଓ କଙ୍କଡା ସାଙ୍ଗକୁ ଜନସାଧାରଣଙ୍କ ଭିଡ଼ କହି ଦେଉଛି ବାଲୁଗାଁ ଚିଲିକାର ମାଛ ବଜାର କେତେ ଗୁରୁତ୍ୱ ବହନ କରେ । ଚିଲିକାର ସବୁଠାରୁ ଆକର୍ଷଣୀୟ ଖାଦ୍ୟ କଙ୍କଡା ଓ ଚିଙ୍ଗୁଡ଼ି ହୋଇଥିବା ବେଳେ ଛାଡଖାଇ ପାଳିବାକୁ ଅଧିକାଂଶ ଲୋକ କଙ୍କଡା ଓ ଚିଙ୍ଗୁଡ଼ି ପସନ୍ଦ କରିଥାନ୍ତି । ବ୍ୟବସାୟୀ ମାନଙ୍କ କହିବା ଅନୁସାରେ ଏ ବର୍ଷ ଛାଡଖାଇ ମଙ୍ଗଳବାରେ ପଡ଼ିଥିବା କାରଣରୁ ଆଗ ଅପେକ୍ଷା କମ ବ୍ୟବସାୟ ହୋଇପାରେ। ଛାଡ ଖାଇରେ ଚିଲିକା ମାଛ ବଜାର ର ଦୃଶ୍ୟ ସବୁଠାରୁ ଭିନ୍ନ ହୋଇଥିବା ବେଳେ ଜନଗହଳି ପୂର୍ଣ୍ଣ ଥିଲା ଚିଲିକା ର ମାଛ ବଜାର ।

Leave a Reply

Your email address will not be published. Required fields are marked *