ଟ୍ରକ ପଛରେ ପିଟିଲା ଯାତ୍ରୀ ବାହୀ ବସ : ୧୦ରୁ ଉର୍ଦ୍ଧ୍ବ ଆହତ, ୨ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟ୍ରକ ପଛରେ ପିଟିଲା ଯାତ୍ରୀ ବାହୀ ବସ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ନାୟକ ନାମକ ଏକ ଘରୋଇ ବସ ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିବା ସମୟରେ ବଡ଼ଚଣା ଛକ ନିକଟରେ ଏକ ଗହମ ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବସର ସମ୍ମୁଖ ଭାଗରେ ଥିବା ୧୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଛି । ଏପଟେ ଖବର ପାଇ ବଡ଼ଚଣା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *