ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ” ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ” ଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପରିଛଳ ଗ୍ରାମରେ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଖଣ୍ଡାୟତ କ୍ଷେତ୍ରୀୟ କଳ୍କୀସେନାର ରାଜ୍ୟ ସଭାପତି ଯୋଗିନାଥ ବଳିୟାରସିଂହ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ l ଏହି ଅବସରରେ IHRD ଓଡିଶା ରାଜ୍ୟ ପ୍ରଶାସନିକ ସଚିବ ଅବିନାଶ ସାମନ୍ତରାୟ, IHRD ଖୋର୍ଦ୍ଧା ଜିଲ୍ଲା ଛାତ୍ର ସଭାପତି ଡ଼ଃ. ସୁଶାନ୍ତ କୁମାର ଶତପଥୀ, ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଉପ-ସଭାପତି ଯୁଗଳ କିଶୋର ପ୍ରଧାନ, ସହ ସମ୍ପାଦକ ବିଷ୍ଣୁ ଚରଣ ସାମନ୍ତରାୟ ,ଜିଲ୍ଲା ମିଡ଼ିଆ ମୁଖ୍ୟ ସମୀର ସୁନ୍ଦରାୟ, ନୟାଗଡ ଜିଲ୍ଲା ବୋର୍ଡ ର ସହ ସମ୍ପାଦକ ଶିବ ଶଙ୍କର ରଥ ଉପସ୍ଥିତ ରହିଥିଲେ ! ଅନ୍ୟାନ୍ୟ କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ପ୍ରତିଟି ବ୍ୟକ୍ତି କିଭଳି ଭାବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ସ୍ୱାଧୀନ ନାଗରିକ ଭାବରେ ସମାଜରେ ବସବାସ କରିବ, ସେ ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଥିଲା l
” ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ” ର ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ !!!

