ମୁକ ବଧିର ଛାତ୍ରଛାତ୍ରୀ ଙ୍କ ପାଇଁ ମଣ୍ଡଳ ଶିକ୍ଷା ଅଧିକାରିଣୀ ଙ୍କ ଆଖିରେ ଆସିଗଲା ଲୁହ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମୁକ ବଧିର ଛାତ୍ରଛାତ୍ରୀ ଙ୍କ ପାଇଁ ମଣ୍ଡଳ ଶିକ୍ଷା ଅଧିକାରିଣୀ ଙ୍କ ଆଖିରେ ଆସିଗଲା ଲୁହ ! ଦର୍ଶକ ବନ୍ଧୁ ଆପଣ ମାନେ ବହୁତ ନୃତ୍ୟ ଦେଖିଥିବେ , କେବେ ଦେଖିଛନ୍ତି କି ମୂକ ଆଉ ବଧିର ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ । ଯେଉଁ ଛାତ୍ରଛାତ୍ରୀ ମାନେ ନାଁ ଶୁଣି ପାରନ୍ତି ନାଁ କଥା କହି ପାରନ୍ତି । ମୁକ ବଧିର ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ ଦେଖି ଉପସ୍ଥିତ ଥିବା ଅତିଥିଙ୍କ ଆଖିରେ ଲୁହ ଆସି ଯାଇଥିଲା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତ କେନ୍ଦୁଲ ସ୍ଥିତ ମଦର ଟେରେସା ମୁକ ବଧିର ଉଚ୍ଚ ବିଦ୍ୟାଳୟର ପ୍ରଥମ ବାର୍ଷିକୀ କ୍ରୀଡା ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଉଥିଲା । ମୂକ ବଧିର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳ ରେ ଭାଗ ନେଇଥିଲେ । ପୁରସ୍କାର ବିତରଣ ଉତ୍ସବ ରେ ମୂକ ବଧିର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ମୂଖ୍ୟ ଅତିଥିଙ୍କ ଆଗରେ ନୃତ୍ୟ ପରିବେଷଣ କରିଥିଲେ। ମୁକ ବଧିର ଛାତ୍ରଛାତ୍ରୀ ମାନେ ଏତେ ନିଖୁଣ ନୂତ୍ୟ ପରିବେଷଣ କରିଥିଲେ ଯେ ଉପସ୍ଥିତ ଥିବା ଅତିଥି ବିସ୍ମିତ ହୋଇ ପଡ଼ିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ଦେବା ସମୟରେ ଭାବ ବିହ୍ଵଳିତ ହୋଇ କାନ୍ଦି ପକାଇଥିଲେ ମୁଖ୍ୟ ଅତିଥି ତଥା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରିଣୀ ଲକ୍ଷହିରା ଲାବନ୍ୟାବତୀ ବେହେରା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚାଟାର୍ଡ ଆକାଉଣ୍ଟ ସମିର କୁମାର ସାମଲ, ଆଇନଜୀବୀ ପଦ୍ମନ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, ସରପଞ୍ଚ ଗୌତମୀ ଦାସ, ଅଚ୍ୟୁତ କୁମାର ସେଠୀ, ଯୁବନେତା ଅନନ୍ତ କୁମାର ଦାସ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ କେଦାର କୁମାର ସେଠୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *