ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ “ବତୁରା ଆଖିର ଭାଷା” ପ୍ରଦର୍ଶିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ସରକାରଙ୍କ ନୂଆ -ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତରଫରୁ ମଙ୍ଗଳବାର ଗୋଦାବରୀଶ ମହାବିଦ୍ୟାଳୟ ର ଯୁକ୍ତ ୨ ଓ ଯୁକ୍ତ ୩ ସମାଜ ସେବା କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଅଭିନୀତ ପଥପ୍ରାନ୍ତ ନାଟକ ” ବତୁରା ଆଖିର ଭାଷା” ମହାବିଦ୍ୟାଳୟର ପ୍ରାଙ୍ଗଣ ,ମା ଭଗବତୀ ମନ୍ଦିର ସମ୍ମୁଖ ଓ ପଲଟଣ ପଡିଆ ଠାରେ ପ୍ରଦର୍ଶିତ ହୋଇଯାଇଛି | ଏହି ନାଟକ ଟି ଯୌତୁକ ସମସ୍ୟା ଉପରେ ପର୍ଯ୍ୟବେସିତ ହୋଇଥିଲା | ଗୋଦାବରୀଶ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ପାର୍ଥ ସାରଥୀ ସାମନ୍ତରାୟ ଏହାକୁ ରଚନା କରିବା ସହିତ ନିର୍ଦ୍ଦେଶନା ପ୍ରଦାନ କରିଥିଲେ | ନାଟକ ଟି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା, ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ ଓ ଶ୍ରୀଯୁକ୍ତ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଉଦ୍ଘାଟନ କରିଥିବା ବେଳେ ରାଜନୀତି ବିଜ୍ଞାନ ର ଅଧ୍ୟାପକ ଶ୍ରୀଯୁକ୍ତ ଆଦିତ୍ୟ ସାରଥୀ ବେଦମାତା,ଶ୍ରୀଯୁକ୍ତ ଗୋଲକ କୁମାର ବେହେରା, ଡକ୍ଟର ଗୁରୁକିଶୋର୍ ନାୟକ ,ଶ୍ରୀମତୀ ସ୍ୱାଗତିକା ସାହୁ, ଶ୍ରୀମତୀ ଉତ୍କଳିକା ପାଢ଼ୀ ଓ ଶ୍ରୀଯୁକ୍ତ ବାଦଲ ବେହେରା ଏହାର ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ଟିରେ ଅଧ୍ୟାପକ ପୁଲିନ ବିହାରୀ ଜେନା,ଅଧ୍ୟାପକ ଅଯୟ କୁମାର ବେହେରା ,ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା,ଅଧ୍ୟାପକ ପ୍ରଭାତ କୁମାର ସlସ୍ମଲ ,ଅଧ୍ୟାପକ ସତ୍ୟାନନ୍ଦ ମହାରଣା , ଶ୍ରୀଯୁକ୍ତ ଦାଶରଥି ରାଉଳ, ଅଧ୍ୟାପକ ଅଯୟ କୁମାର ଦାସ , ଅଧ୍ୟାପକ ଦିବାକର ସାହୁ,ଅଧ୍ୟାପକ ସପିନ କୁମାର ପୃଷ୍ଟି ,ଅଧ୍ୟାପକ ସୁରେନ୍ଦ୍ର କୁମାର ସାହୁ ,ଶ୍ରୀଯୁକ୍ତ ହରପ୍ରସାଦ ରଥ , ଅଧ୍ୟାପକ ଅଶ୍ୱିନ କୁମାର ବାରିକ , ଶ୍ରୀଯୁକ୍ତ ପ୍ରଭାତ ମାର୍ଥା ପ୍ରଭୃତି ସହନିର୍ଦେଶନା ଓ ସେଟ୍ ସେଟିଂ ଦାୟିତ୍ଵ ରେ ଥିଲେ | ଏଥିରେ ଅଭିନୟ କରିଥିଲେ ସରିତା,ତୁଷାର, ସ୍ଵପ୍ନl , ପୂଜା,ସୁଶ୍ରୀ, ଓମ୍,ବଦ୍ରି, ଆଶିଷ,ସୌମ୍ୟ ଓ ଭଗବାନ l ପରିଶେଷରେ ବରିଷ୍ଠ ଅଧ୍ୟାପକ ଡକ୍ଟର ଶ୍ରୀମତୀ ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *