ବାଲୁଗାଁ ମହାବିଦ୍ୟାଳୟରେ ନୂଆ – ଓ କାର୍ଯ୍ୟକ୍ରମ ଉଦଘାଟିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କର କ୍ରୀଡ଼ା, ସାଂସ୍କୃତିକ ଓ ସମାଜସେବା କ୍ଷେତ୍ରରେ ଥିବା ପ୍ରତିଭା ତଥା ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ – ଓ ) କାର୍ଯ୍ୟକ୍ରମ ଶୁକ୍ରବାର ବାଲୁଗାଁ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରବାସ କୁମାର ସୁନ୍ଦରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ସର୍ଜନାତ୍ମକ,ସାଂସ୍କୃତିକ,କ୍ରୀଡ଼ାତ୍ମକ ଓ ସମାଜସେବା ମନୋଭାବର ଉତ୍କର୍ଷତା କାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରେରିତ ନୂଆ – ଓ ବାର୍ତ୍ତା ଉପସ୍ଥାପିତ କରିଥିଲେ l ଏଥିରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ପ୍ରଦାନ ଓ ଯୁକ୍ତଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନ ସମ୍ପାଦକ ବିକ୍ରମ କୁମାର ବିଷୋୟୀ, କାଉନସିଲର ଲଷ୍ମୀଧର ସେଠୀ, ସୁଜାତା ପଣ୍ଡା,ପରିଚାଳନା ପରିଷଦ ସଭ୍ୟ ରବୀନ୍ଦ୍ର ବାରିକ ଓ ଝରଣା ବେହେରା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଅଧ୍ୟକ୍ଷା ଉତ୍ତରୀୟ ଓ ପ୍ରୀତି ଉପହାର ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଧନ୍ୟବାଦ ଦେଇଥିଲେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଆବାହିକl ଡକ୍ଟର ମୋନାଲିସା ମାନସିଂହ l ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ଶାସ୍ତ୍ରୀୟ କଣ୍ଠ ସଂଗୀତ,ଲଘୁ କଣ୍ଠ ସଂଗୀତ, ବାଦ୍ୟଯନ୍ତ୍ର, ପାରମ୍ପରିକ ପୋଷାକ ଓ କୌତୁକ ପୋଷାକ ପ୍ରତିଯୋଗିତାରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ରୀନା ରାଉତ ଓ ମନସ୍ମିନୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିବା ବେଳେ ବିଚାରକ ଭାବେ ଅଧ୍ୟାପକ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର,ବନ୍ଦନା ଦାଶ ଅମ୍ରିତା ନନ୍ଦ, ତପସ୍ୱିନୀ ନନ୍ଦ ଓ କ୍ରିଷ୍ଣl ସେଠୀ , ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *