ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସରେ କୋଭିଡ଼ କଟକଣା ମଧ୍ୟରେ ଚଳିତ ଥର ପାଳିତ ହେବ ମହା ଶିବରାତ୍ରି । ଏ ନେଇ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦଭାବନା କକ୍ଷରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେବଳ ଢେଙ୍କାନାଳ ଜିଲ୍ଲର ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଓ ଦୀପ ଦାନ କରିବା ପାଇଁ ଅନୁମତି ପ୍ରଦାନ କରାଯିବ । ବାହାର ଜିଲ୍ଲା ଓ ରାଜ୍ୟ ର ଭକ୍ତ ମାନଙ୍କୁ ସମ୍ପୂର୍ଣ ବାରଣ କରାଯାଇଛି । ଯେଉଁ ମାନେ ଦର୍ଶନ କରିବେ ସେମାନଙ୍କ କୋଭିଡ଼ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଶ୍ରଦ୍ଧାଳୁ ମାନେ ୫ ତାରିଖରୁ ୧୧ ତାରିଖରେ କୋଭିଡ଼ ଟେଷ୍ଟ କରାଇ ନେଗଟିଭ୍ ରିପୋର୍ଟ ଆସିବା ପରେ ମନ୍ଦିର ମଧ୍ୟ କୁ ପ୍ରବେଶ କରିପାରିବେ । ମନ୍ଦିର ପ୍ରବେଶ ଦ୍ଵାର ନିକଟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅସ୍ଥାୟୀ କୋଭିଡ଼ କ୍ୟାମ୍ପ କରାଯିବ । ମନ୍ଦିର ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଚଳିତ ଥର ସମ୍ପୂର୍ଣ୍ଣ ଭାବରେ ପଲିଥିନ୍ ବ୍ୟାନ୍ କରାଯାଇଛି ।
ଶ୍ରଦ୍ଧାଳୁ ମାନେ ଯେଭଳି କୌଣସି ପ୍ରକାର ଅସୁବିଧା ନ ହେବ ସେଥି ନିମନ୍ତେ ପାନୀୟ ଜଳ ଠାରୁ ଆରମ୍ଭ କରି ଟଏଲେଟ୍ , ଅଗ୍ନି ନିରାପତ୍ତା ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜିର ଏହି ବୈଠକରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଏସ୍ଡ଼ିପିଓ ଶ୍ରୀହର୍ଷ ମିଶ୍ର ଙ୍କ ସମେତ ଅନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଅଧିକ ମାତ୍ରାରେ ଭକ୍ତଙ୍କ ସମାଗମ କୁ ଦୃଷ୍ଟି ଆଗରେ ରଖି ଏବର୍ଷ ସମ୍ପୂର୍ଣ୍ଣ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି ।