ନୂଆ – ଓ କାର୍ଯ୍ୟକ୍ରମ ରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାକ୍ଷରତା ଅଭିଯାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ର ଯୁକ୍ତ ୩ ସମାଜ ସେବା କାର୍ଯ୍ୟକ୍ରମ ତରଫରୁ , ରାଜ୍ୟ ସରକାରଙ୍କ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଉଦ୍ଘାଟନ କରି ସମାଜସେବୀ ଛାତ୍ର ଛାତ୍ରୀ ମାନକୁ ଶିକ୍ଷା ଓ ସଂସ୍କାର ବିଷୟରେ ଉଦବୋଧନ ଦେଇ ପ୍ରେରଣା ପ୍ରଦାନ କରିଥିଲେ l ସଂଚାଳକ ଶ୍ରୀଯୁକ୍ତ ଆଦିତ୍ୟ ସାରଥୀ ବେଦମାତା, ଅଧ୍ୟାପିକା ଶ୍ରୀମତୀ ଡକ୍ଟର ସୁଜାତା ମିଶ୍ର, ଅଧ୍ୟାପକ ଶ୍ରୀଯୁକ୍ତ ପାର୍ଥ ସାରଥୀ ସାମନ୍ତରାୟ ,ଅଧ୍ୟାପକ ଡକ୍ଟର ଗୁରୁକିଶୋର ନାୟକ ଓ ଅଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ ବିହାରୀ ମହାବିଦ୍ୟାଳୟ ସାମ୍ନା ରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନକୁ ସୁନା ଗରିକ ହେବା ପାଇଁ ,ସମାଜ ସେବୀ ହେବା ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ l ସାକ୍ଷରତା କାର୍ଯ୍ୟକ୍ରମ କୁ ପ୍ରସାର କରିବା ପାଇଁ ଛାତ୍ର ଛାତ୍ରୀ ମାନେ ସାଇକେଲ ରାଲି କରି ସ୍ଲୋଗାନ ଦେଇ ଅନୁଷ୍ଠାନର ପ୍ରାୟ ୪ କିଲୋମିଟର୍ ଦୁର ରେ ଥିବା ବେଙ୍ଗରାଜ ପଲ୍ଲୀ ଗ୍ରାମକୁ ଯାଇ ସେଠାରେ ଏକ କ୍ଷୁଦ୍ର ନାଟକ ‘ ଅନ୍ୟ ଏକ ରେବତୀ ‘ ପରିବେଷଣ କରିଥିଲେ l ନାଟକ ଟିରେ ଓଡ଼ିଆ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ପାର୍ଥ ସାରଥି ସାମନ୍ତରାୟ ନିର୍ଦ୍ଦେଶନା ପ୍ରଦାନ କରିଥିଲେ l ଗ୍ରାମୀଣ ଝିଅ ମାନେ ଶିକ୍ଷିତ ହୋଇ ସମାଜ ରେ ବିକଶିତ ହେବା ନାଟକ ଟିର ଲକ୍ଷ୍ୟ ଥିଲା l ଆଶିଷ,ଓମ୍,ପ୍ରିତମ,ସୁଶ୍ରୀ,ପୂଜା, ନିର୍ମଳା,ସୁମତି,ମମତା ପ୍ରଭୃତି ନାଟକ ଟିରେ ଅଭିନୟ କରିଥିଲେ l ପରିଶେଷରେ ଗ୍ରାମର କୁନି କୁନି ଶିଶୁ ମାନକୁ କୁଇଜି ପ୍ରଶ୍ନ ପଚରା ଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *