ବାଲୁଗାଁ କଲେଜରେ ପକ୍ଷୀ ସୁରକ୍ଷା ଏବଂ ଚିଲିକା ରକ୍ଷା ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ କଲେଜରେ ପକ୍ଷୀ ସୁରକ୍ଷା ଏବଂ ଚିଲିକା ରକ୍ଷା ସଚେତନତା କାର୍ଯ୍ୟକ୍ରମ ! ରାଜ୍ୟ ସରକାରଙ୍କ ଯୁବ ଓଡିଶା – ନବୀନ ଓଡିଶା ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ଠାରୁ ବିଭିନ୍ନ ଗ୍ରାମ ପରିକ୍ରମା କରିବା ପୂର୍ବକ ମାମୁଁ ଭଣଜା ପାହାଡ଼ ସନ୍ନିକଟ ଚିଲିକା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ବିଦେଶାଗତ ପକ୍ଷୀ ଆମ ଅତିଥି, ପକ୍ଷୀ ସୁରକ୍ଷା ଚିଲିକା ରକ୍ଷା ଆଦି ସ୍ଲୋଗାନ ଦେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି l ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାଜ ବିକାଶ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ର, ମନସ୍ବିନୀ ପଟ୍ଟନାୟକ, ଝରଣା ନାଥ, ହିମାଂଶୁ ଦାଶ, ଶୁଭ ଦର୍ଶିନୀ ବିଶ୍ୱାଳ, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର, ପତିତପାବନ ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ l ଏହି ଅବସରରେ ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା, ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କର ଏହି ଅଭିନବ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ l ଏହାପରେ ଛାତ୍ର ଛାତ୍ରୀମାନେ ବାଲୁଗାଁ ସହରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିଥିଲେ l ହେଲମେଟ ପିନ୍ଧି ନ ଥିବା ଗାଡ଼ି ଚାଳକ ମାନଙ୍କୁ ଯମରାଜା ବେଶରେ ଗାଡ଼ି ଅଟକାଇ ଗୋଲାପ ଫୁଲ ଦେଇ ହେଲମେଟ ପିନ୍ଧିବାକୁ ନିବେଦନ କରିଥିଲେ l

Leave a Reply

Your email address will not be published. Required fields are marked *