ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ଅଯୋଧ୍ୟା ପଦ ଯାତ୍ରା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ବିଶ୍ଵହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ମନୋଜ ଙ୍କୁ ଭବ୍ୟ ସ୍ବାଗତ ! ଦୀର୍ଘ ୫୦୦ ବର୍ଷ ର ସଂଘର୍ଷ ପରେ ପ୍ରଭୁ ଶ୍ରୀରାମ ଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ଠାରେ ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ଭଵ୍ୟ ମନ୍ଦିର ଉଦଘାଟନ ହେବାକୁ ଯାଉଛି | ଏହା ବିଶ୍ୱ ର ସମସ୍ତ ରାମ ଭକ୍ତଙ୍କ ପାଇଁ ଆନନ୍ଦର ବିଷୟ । ଏହି ଅବସରରେ ଖୋର୍ଦ୍ଧା ଅଞ୍ଚଳ ର ଜଣେ ରାମ ଭକ୍ତ ମନୋଜ କୁମାର ବେହେରା ହଳଦିଆ ସ୍ଥିତ ତଡକି ମୁଣ୍ଡିଆ ସ୍ଥିତ ଶ୍ରୀରାମ ଙ୍କ ପାଦ ଚିହ୍ନ ସ୍ଥାନ ରୁ ମାଟି ଏବଂ ବରୁଣେଇ ପାହାଡ଼ ର ସୀତା କୁଣ୍ଡ ରୁ ପବିତ୍ର ଜଳ ନେଇ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେବା ନିମନ୍ତେ ଅଯୋଧ୍ୟା ପଦ ଯାତ୍ରା ଆରମ୍ଭ କରିଛନ୍ତି । ସେ ଖୋର୍ଦ୍ଧା ରୁ ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଦେଇ ଛତିଶଗଡ, ମଧ୍ୟପ୍ରଦେଶ ପରେ ଉତ୍ତର ପ୍ରଦେଶ ରେ ପ୍ରବେଶ କରିବେ ବୋଲି କହିଛନ୍ତି । ଏହି ଯାତ୍ରା ସମୟରେ ରାମ ଭକ୍ତ ମନୋଜ ବେହେରା ଙ୍କୁ କଳାପଥର ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ କଳାପଥର ଠାରେ ଭବ୍ୟ ସ୍ବାଗତ କରିବା ସହ ପ୍ରଥମ ଦିନ ର ବିଶ୍ରାମ କଳାପଥର ଗ୍ରାମର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ବାବା କପିଳେଶ୍ୱରଙ୍କ ମନ୍ଦିର ଠାରେ କରାଯାଇଥିଲା । ପଦଯାତ୍ରା ର ଦ୍ୱିତୀୟ ଦିନରେ କଳାପଥର କପିଳେଶ୍ଵର ମନ୍ଦିର ଠାରେ ବିଶ୍ଵହିନ୍ଦୁ ପରିଷଦ ବଜରଙ୍ଗ ଦଳର ସଦସ୍ୟ ମାନେ ବାବା କପିଳେଶ୍ୱର, ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିର ପରିଦର୍ଶନ କରାଇବା ସହ ଦିତୀୟ ଦିନର ଯାତ୍ରା ଆରମ୍ଭ ପାଇଁ ବିଶ୍ବ ହିନ୍ଦୁ ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *