ଗ୍ରାମ୍ୟ ଜଙ୍ଗଲରେ ଥିବା ଶାଗୁଆନ, ମହୁଲ ଇତ୍ୟାଦି ଦାମୀ ଗଛ କାଟ ନେଇ ଅସନ୍ତୋଷ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନରେ ଥିବା ରବିଗାଡିଆ ପଂଚାୟତର ଜାମୁ ପାଟଣା ଗ୍ରାମ ବାସୀଙ୍କ ଦ୍ୱାରା ଦୁତିକେଶ୍ୱର ମହାଦେବଙ୍କ ମନ୍ଦିରକୁ ଲାଗି ଏକ ଗୋଚର ଜାଗାରେ ଗ୍ରାମ୍ୟ ଜଙ୍ଗଲ କରାଇ ସେଠାରେ ଦାମୀ ଗଛ ସବୁ ଲଗାଯାଇଥିଲା ଏବଂ ତାହାରି ରକ୍ଷଣା ବେକ୍ଷଣ ଏହି ଜାମୁପାଟଣା ଗ୍ରାମବାସୀ ମାନେ ବହୁ ବର୍ଷ ଧରି ଦେଖା ଶୁଣା କରିଆସୁଛନ୍ତି। ବର୍ତମାନ ଦୁତିକେଶ୍ୱର ମନ୍ଦିରକୁ ୫ଟିରେ ରୂପାନ୍ତରିତ କରିବା ପାଇଁ ସରକାର ଅର୍ଥ ରାଶି ମଂଜୁର କରିଥିବାରୁ ତାହାରି କାର୍ଯ୍ୟ କରିବା ପାଇଁ ଶାସକ ଦଳର କିଛି ଠିକାଦାରଙ୍କୁ ଏହି କାର୍ଯ୍ୟ ରେ ନିଓଜିତ କରାଯାଇଛି। ଯାହା ଫଳରେ ପାଖରେ ଥିବା କୁରୁମ ବାଙ୍କତରା ଗ୍ରାମର କିଛି ବିଜେଡି ଯୁବକଙ୍କୁ ହାତ ବାରିସୀ କରି ଠିକାଦାର ଏହି ଜାମୁପାଟଣା ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଥିବା ଶାଗୁଆନ, ମହୁଲ ଇତ୍ୟାଦି ଦାମୀ ଗଛ ଗୁଡିକୁ କାଟି ଦେଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଯାହାକୁ ନେଇ ଜାମୁପାଟଣା ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଂଚି ଗଛ କାଟୁଥିବା ଲୋକଙ୍କୁ ଘେରିବା ଦ୍ୱାରା ସେମାନେ ସେଠାରୁ କାତି ଟାଙ୍ଗିଆ ଛାଡି ଦେଇ ଚମ୍ପଟ ମାରି ଚାଲିଯାଇଛନ୍ତି। ପୁଣି ସେଠାରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେହି ଗୋଚର ଜାଗାକୁ ଜେସିବି, ଟ୍ରାକ୍ଟର ଲଗାଇ ମାଟି ଖୋଳି ସେହି ମାଟିକୁ ନେଇ ଏକ ରାସ୍ତା ନିର୍ମାଣ କରାଯାଇଛି‌। ଯେଉଁ ଜାଗାରୁ ମାଟି ଖୋଳା ଯାଉଛି ତାହାକୁ ଏକ ପୋଖରୀ କରାଯିବା ସହ ଦୁଇ ଦୁଇଟି ବିଲ କରାଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଗଛ କଟାକୁ ନେଇ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା ବନ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

 

Leave a Reply

Your email address will not be published. Required fields are marked *