ନୟାଗଡ଼ ଜିଲ୍ଲା ର ଚାଷୀ ହେଉଛନ୍ତି ଶୋଷଣ ର ଶିକାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଧାନ ଚାଷ ଠାରୁ ଆରମ୍ଭ କରି ଅମଳ ବିକ୍ରି ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ର ଚାଷୀ ବିଭିନ୍ନ କ୍ଷେତ୍ର ରେ ଶୋଷଣ ର ଶିକାର ହେଉଛନ୍ତି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏଭଳି ଅଭିଯୋଗ କରାଯାଇ ଥିବାବେଳେ ଏସବୁ ର ତଦନ୍ତ ଦାବି କରି ନୟାଗଡ଼ ଭିଜିଲାନ୍ସ ଡ଼ିଏସପି ଙ୍କୁ ସଂଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଗଠନ ର ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଧାନ ବିକ୍ରୟ ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନାହିଁ। ଫଳ ରେ ଚାଷୀ ଧାନ ଅଭାବି ବିକ୍ରି ର ଶିକାର ହେଉଛି। ଧାନ ର ସରକାର ଦର କୁଇଣ୍ଟାଲ ପ୍ରତି ୨୧୦୦ଟଙ୍କା ରୁ ଅଧିକ ହୋଇଥିବା ବେଳେ ଚାଷୀ ଦଲାଲ କୁ ହଜାର ରୁ ପନ୍ଦରଶହ ଟଙ୍କା ରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ମଣ୍ଡିରେ ଧାନ ବିକ୍ରି ବେଳେ ବିଭିର୍ନ ଆଳ ରେ ଚାଷୀ କଟନୀ ଛଟଣୀ ଶିକାର ହେଉଛି। ମଣ୍ଡିରେ ଚାଷୀ ଙ୍କ ନିମନ୍ତେ ପାଣି ଛାଇ, ଚେୟାର,ଟୟଲେଟ ଭଳି ସୁବିଧା କରିବାକୁ ଅନୁଦାନ ଆସୁଥିବା ବେଳେ ଏସବୁ ର ବ୍ୟବସ୍ଥା କରା ନଯାଇ ଏ ବାବଦ ରେ ବିଲ କରି ଅର୍ଥ ହଡପ କରାଯାଉ ଥିବା ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି। ଏଥି ସହିତ ଜିଲ୍ଲା ରେ ୟୁରିଆ ସାର ଯୋଗାଣ ରେ ବ୍ୟାପକ ଅନିୟମିତତା ହୋଇ ଥିବାରୁ ଏହାର ତଦନ୍ତ ଦାବି କରିଛି ସଂଗଠନ। କମ ଦର ରେ ବର୍ତ୍ତମାନ ବେପାରୀ ଧାନ କିଣି ନେଉଥିବ ବେଳେ ଜିଲ୍ଲା ଯୋଗାଣ ବିଭାଗ ଏକ୍ଷେତ୍ର ରେ ନିଦା ବିଷ୍ଣୁ ପାଲଟିଛି। ଅଧିକାଂଶ ମିଲ ରେ ଧାନ ଭର୍ତି ହୋଇ ଗଲାଣି, ମଣ୍ଡି ଖୋଲିଲେ କେବଳ ମିଛ କାଗଜ ପତ୍ର କରାଯିବ। ଧାନ କିଣା ବିକା ରେ କୋଟି କୋଟି ଟଙ୍କା ହଡ଼ପ ଚାଲୁଥିବା ବେଳେ ଏହାର ତଦନ୍ତ ସମେତ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ଦାବି କରିଛି। ସଂଗଠନ ର ଜିଲ୍ଲା ଶହ ସଂଯୋଜକ ରଣଜିତ ଦଳ ବେହେରା ଭିଜିଲାନ୍ସ ଡ଼ିଏସପି ପ୍ରତ୍ୟୁଷ ମହାପାତ୍ର ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *