ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ରାଜଭବନ ପରିସରରେ ରାଜ୍ୟର କିଛି ପ୍ରତିଭା ସଂପନ୍ନ ବ୍ୟକ୍ତି ବିଶେଷଙ୍କ ସହ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ଅପରାହ୍ନ ସାଢେ ଚାରିଟାରେ ଆୟୋଜିତ ଏହି ବୈଠକରେ ଅନୁଗୁଳର ସମାଜ ସେବୀ ତଥା ସାମ୍ବାଦିକ ଚିନ୍ମୟୀ ଦାସ ଯୋଗଦେଇ ଜଙ୍ଗଲ ସଂରକ୍ଷଣ, ଜଳ ସଂରକ୍ଷଣ , କରୋନା ସମୟରେ ମୃତ ବ୍ୟକ୍ତିଙ୍କ ଶବ ଦାହ, କିନ୍ନର ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଆଦି ଉପରେ ନିଜର ଭାବ ବିନିମୟ କରିଥିଲେ , ଯାହା ଶୁଣି ରାଜ୍ୟପାଳ ବେଶ ଆନନ୍ଦ ପ୍ରକାଶ କରିଥିଲେ । ରାଜ୍ୟପାଳ ଚିନ୍ମୟୀଙ୍କ ସମେତ ଅନ୍ୟ ପ୍ରତିଭା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।
ରାଜଭବନରେ ସମାଜସେବୀ ଚିନ୍ମୟୀ ଦାସ !!!

