ଶିଶୁର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ପରିବାର ଲୋକେ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଶିଶୁର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ପରିବାର ଲୋକେ । ନିଜ ଏକ ବର୍ଷର କନ୍ୟା ସନ୍ତାନର ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ପରିବାର ସହିତ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ । ଆଧୁନିକ ଯୁଗରେ ବାହାଘର ହେଉ ଅବା ଜନ୍ମଦିନ , ଏସବୁକୁ ଆଧୁନିକ ପ୍ରଣାଳୀରେ ଲୋକେ ପାଳନ କରୁଥିବା ବେଳେ ବେଗୁନିଆ ଗ୍ରାମର ଯୁବ ସମାଜସେବୀ ସୁକାନ୍ତ ପରିଡ଼ା ନିଜ କନ୍ୟା ସନ୍ତାନର ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରୁଥିବା ଦେଖିବାକୁ ମିଳିଛି । କନ୍ୟାର ଜନ୍ମ ଦିବସରେ ଆଖପାଖ ଅଞ୍ଚଳରେ ଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ଓ କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହା ସହିତ ଖୋର୍ଦ୍ଧା ପୁବୁସାହି ନିକଟରେ ଥିବା ଗୋଶାଳାକୁ ଯାଇ ସମସ୍ତ ଗୋ ମାତାଙ୍କ ପାଇଁ ଖାଦ୍ୟ ମଧ୍ୟ ଯୋଗାଇଛନ୍ତି । ସୁକାନ୍ତଙ୍କ ସହିତ ସାମିଲ ହୋଇଛନ୍ତି ରାଜ୍ୟ ମୁକ୍ତା ଯୋଜନା ଗୃହ ଓ ନଗର ଉନ୍ନୟନ ବିଭାଗର ଉପଦେଷ୍ଟା ତଥା ସମାଜସେବୀ ମୀରା ପରିଡ଼ା । ନିଜ କନ୍ୟା ସନ୍ତାନର ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରୁଥିବାରୁ ସ୍ଥାନୀୟ ଲୋକେ ସୁକାନ୍ତଙ୍କୁ ପ୍ରଶଂସା କରିଛନ୍ତି l

Leave a Reply

Your email address will not be published. Required fields are marked *