ସାଗର ମାଳା ‘ ରେ ଯୋଡ଼ିହେଲା ଚିଲିକା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେନ୍ଦ୍ର ସରକାରଙ୍କର ‘ସାଗର ମାଳା’ ପକଳ୍ପରେ ସାମିଲ ହେବାକୁ ଯାଉଛି ଚିଲିକା ହ୍ରଦ। ଏହି ପ୍ରକଳ୍ପରେ ସାତପଡ଼ା ରୁ ଜହ୍ନିକୁଦା କୁ ଥିବା ପୁରୁଣା ବ୍ୟନେଲ କୁ କେବଳ ଖନନ କରାଯିବା କୁ ନିଷ୍ପତି ହୋଇନାହିଁ। ବରଂ ଏ ବ୍ୟନେଲ ରେ ଦୁଇ ଗୋଟି ନୂଆ ଫେରି ଚଳାଇବାକୁ ବି ନିଷ୍ପତି ହୋଇଛି। ଏ ପକଳ୍ପ ପାଇଁ ଚିଲିକା ଉନ୍ନୟନ କତୃପକ୍ଷଙ୍କ (ସିଡିଏ) ଡିପିଆର କୁ ମଞ୍ଜୁର ମିଳିସାରିଛି। ଟଙ୍କା ଆସିଲେ ଖୁବଶିଘ୍ର କାମ ହେବ ବୋଲି ସିଡିଏ ସୂତ୍ରରୁ ସ୍ପଷ୍ଟ ହୋଇଛି । ତଥ୍ୟ ମୁତାବକ ଜହ୍ନିକୁଦା ରୁ ସାତପଡ଼ା ର ଦୂରତା ହେଉଛି ସାଢେ଼ ଚାରି କିଲୋମିଟର। ୨୦୦୨ ମସିହା ଠାରୁ ସିଡିଏ କତୃପକ୍ଷ ଏହି ଜଳପଥ ଦେଇ ଫେରି ଚଳାଚଳ କରୁଛନ୍ତି। ବିଭାଗ ଯଦି ଓ ଜଳପଥ ରେ ଦୁଇ ଗୋଟି ଛୋଟ ଆକାରର ଫେରି ଚଳାଚଳ କରାଉଛି। କିନ୍ତୁ ସଂକୀର୍ଣ୍ଣ ଜଳପଥରେ ଛୋଟିଆ ଫେରି ସ୍ଥାନୀୟ ଲୋକଙ୍କ ପାଇଁ ଯଥେଷ୍ଟ ହୋଇପାରୁ ନାହିଁ। ତେଣୁ କେନ୍ଦ୍ର ସରକାର ଙ୍କ ‘ସାଗର ମାଳା’ ପକଳ୍ପ ରେ ଏହି ଜଳପଥର ବିକାଶ କରାଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ବର୍ତମାନ ବ୍ୟନେଲରେ ଥିବା ଓସାର ମାତ୍ର ୨୦ ମିଟର ରହିଥିବା ବେଳେ ‘ସାଗର ମାଳା’ ପକଳ୍ପରେ ଏହାର ଓସାର ଅଢେଇ ଗୁଣ କୁ ବିକଶିତ ହୋଇ ୫୦ ମିଟର କରାଯିବ। ବର୍ତମାନ ଜଳପଥ ଟି ଆସ୍ତେ ଆସ୍ତେ ପୋତି ହୋଇ ଯାଉଥିବାରୁ ଫେରି ଚଳାଚଳ ମଝିରେ ମଝିରେ ବାଧାପ୍ରାପ୍ତ ହେଉଛି। ଜଳପଥ କୁ ଓସାରିଆ ସହିତ ପ୍ରାୟ ୨.୨ କ୍ୟୁବିକ୍ ମିଟର ଗଭୀରତାରେ ଖନନ କରାଗଲେ ଫେରି ଚଳାଚଳ ସୁଗମ ହେବ ବୋଲି ଯୋଜନା କରାଯାଉଛି । ଜଳପଥ ବଡହେଲେ ଫେରି ଚଳାଚଳ ମଧ୍ୟ ଅପେକ୍ଷାକୃତ ବଡ଼ହେବ। ଏହି ଫେରିରେ ଏକକାଳୀନ ଯେମିତି ୪୫ ଗୋଟି ବାଇକ୍, ୧୦/୧୫ ଟି କାର ବସ ଆଦି ଯେମିତି ବୁହା ହୋଇ ପାରିବ ସେ ପ୍ରକାର କ୍ଷମତା ସମ୍ପନ୍ନ ଫେରି ଚଳାଚଳ କରିବାକୁ ଯୋଜନା ହୋଇଥିବା ସିଡିଏର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ମୋଟ ଉପରେ ଏହି ପ୍ରକଳ୍ପ ପାଇଁ ୧୭ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚର ଅଧା ଅଧା ଭାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି । କେବଳ ଯେ ଜଳପଥ ନିର୍ମାଣ ତେବେ ତାହା ନୁହେଁ ଏ ପକଳ୍ପ ରେ ଯାତ୍ରୀ ବିଶ୍ରାମଗାର ଠୁ ଆରମ୍ଭ କରି ଶୌଚାଳୟ ଯାଏ ସବୁ ପ୍ରକାର ବେବସ୍ତା କରାଯିବ। ଏହି ପ୍ରକଳ୍ପ ନିର୍ମାଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଜଳପଥ ରେ ଦୁଇଟି ନୂଆ ଫେରି ଚଳାଚଳ ବେବସ୍ତା କରାଯିବ। ପ୍ରତ୍ୟେକ ଫେରିର ମୂଲ୍ୟ ପ୍ରାୟ ଦୁଇକୋଟି ହୋଇଥିବା ବେଳେ ଏଥି ପାଇଁ ଅଲଗା ଚାରିକୋଟି ଖର୍ଚ୍ଚ କରାଯିବା ଯୋଜନା ରହିଛି । ଏ ଜଳପଥ ରେ ପୁନରୁଦ୍ଧାର ହେଲେ କୃଷ୍ଣପ୍ରସାଦ ଅଞ୍ଚଳର ପ୍ରାୟ ୭୦ ହଜାର ଲୋକ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *