ବାଣପୁର ର ଦଦରା କୁଡ଼ିଆରୁ ପ୍ରଶାସନକୁ ଗୋପାଳଙ୍କ ପ୍ରଶ୍ନ : କିଏ ଅନ୍ଧ ; ଆମେ ନା ତୁମେ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜ୍ଞା ମୁଁ ବାଳୁତ ରୁ ଅନ୍ଧ ନଥିଲି ! ବିବାହର କିଛିବର୍ଷ ପରେ ଦଇବ କାହିଁକି ଏପରି ଦଣ୍ଡ ଦେଲା ମୁଁ ଅନ୍ଧ ହୋଇଗଲି . ଏହାରି ମଧ୍ୟରେ ମୋର ଚାରୋଟି ଛୁଆ. ସେଥିରୁ ତିନିଜଣ ଅନ୍ଧ . ସେମାନଙ୍କର ଖେଳି ବୁଲିବା ବୟସରେ ତିନି ଛୋଟ ଛୋଟ ପିଲାଙ୍କୁ ଦଇବ ଦଣ୍ଡ ଦେଲା । ସେମା ନେବି ମୋ ପରି ଦେଖି ପାରୁନାହାନ୍ତି। କେବଳ ସ୍ତ୍ରୀ ମୁଣ୍ଡରେ ଘରର ସବୁ ଜଞ୍ଜାଳ। ଆମକୁ କେବଳ ୧୦ କେଜି ଚାଉଳ ମିଳୁଛି। ସେତିକିରେ ଆମେ ୫ ପ୍ରାଣୀ ବହୁ କଷ୍ଟରେ ଚଳୁଛୁ . ସରକାରଙ୍କ ଠାରୁ କେବଳ ୧୦ କେଜି ଚାଉଳ ମିଳୁଛି . ତାହା ୧୦ ଦିନରେ ଶେଷ ହୋଇଯାଉଛି । ବାକି ଦିନ କେଉଁଠୁ ମିଳିଲେ ପାଳି କରିକି ଖାଉଚୁ । ଏପରିକି ଅଧାଦିନ ଭୋକ ଉପବାସ ରେ ଶୋଉଚୁ । ଆମର ଭୋକିଲା ପେଟର କଷ୍ଟ ସରକାରୀ ବାବୁ ମାନେ କେମିତି ଜାଣିବେ । ଆମ ଦୁଃଖ ଯାହାକୁ ଜଣାଇ ଲେବି ସେମାନେ ଖାଲି ସରକାରୀ ନିୟମ ଦେଖାଇବେ । ସତରେ ଆମେ ଅନ୍ଧ ନା ସେମାନେ ଅନ୍ଧ ? ଏହା କୌଣସି ଗପ କିମ୍ବା ନାଟକର ସଂଳାପ ନୁହେଁ. ଭଙ୍ଗା ଦଦରା କୁଡ଼ିଆ ଘରୁ ଦୁଃଖରେ ଜଣାଇଛନ୍ତି ପ୍ରଶାସନ କୁ ନିଜର ଦୁଃଖ . ତଥାପି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯାଇଛି . ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆଦିବାସୀ ବହୁଳ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ର ମୁଦୁଲିଡିହ ଗ୍ରାମର ଦୃଷ୍ଟିବାଧିତ ଗୋପାଳ ଶବର ଙ୍କ ପରିବାରରେ । ଗୋପାଳ ନିଜର ଦୁଃଖ କଥାନେଇ ସ୍ଥାନୀୟ ନେତା ଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇ ଥିଲେବି କିଛି ସୁଫଳ ମିଳିନି । ଗୋପାଳ ନିଜେ ଦେଖି ପାରୁନି କି ୩ ଛୁଆ ପିଲା ମାନେ ଗୋପାଳକୁ ଦେଖି ପାରୁନାହାନ୍ତି । ହେଲେ ସେମାନଙ୍କ ଆଖି ସିନା ଦେଖି ପାରୁନି କିନ୍ତୁ ଭୋକିଲା ପେଟରେ ଚିତ୍କାର କରି ଖାଇବାପାଇଁ ମାଗୁଛନ୍ତି ବାରମ୍ବାର ମାକୁ । ସେମାନେ ଓଳିଏ ଖାଇଲେ ଆଉ ଓଳିଏ ଉପବାସ ରହିବାକୁ ପଡୁଛି । ପ୍ରଶାସନ ଏଭଳି ଏକ ଦୁଃଖଦ ପରିବାରକୁ ସାହା ହେବ ପରିବର୍ତ୍ତେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଛିବୋଲି ଗୋପାଳ କହିଛନ୍ତି ସାମ୍ବାଦିକଙ୍କୁ । ଏଠାରେ ସରକାରଙ୍କ ଯୋଜନା ଫେଲ ମାରିଛି କହିଲେ ଭୁଲ ହେବନାହିଁ . ଗୋପାଳଙ୍କ କହିବା କଥା ସେମାନେ ଆଦିବାଶି ଶବର ଜାତିର . ବଣ ଜଙ୍ଗଳରୁ ଯାହା ମିଳୁଛି ସେଥିରେ ସେମାନଙ୍କ ପରିବାର କଷ୍ଟେ ମଷ୍ଟେ ଚଳୁଥିବା ବେଳେ . ୨୦ ବର୍ଷ ତଳେ ଶିଶୁଲା ଶବରଙ୍କୁ ସେ ବିବାହ କରିଥିଲେ । କିଛି ବର୍ଷ ସେମାନଙ୍କ ଜୀବନ ଭଲରେ କଟିଥିଲା । ଓ ପରେ ପରେ ସେମାନଙ୍କ ଜୀବନକୁ ମାଡ଼ି ଆସିଥିଲା ଦୁଃଖର ଛାୟା । କୌଣସି କାରଣରୁ ପ୍ରଥମେ ଗୋପାଳ ଦୃଷ୍ଟିଶକ୍ତି ହରାଇଥିଲେ । ଏହାରି ମଧରେ ଦୁଃଖ କଷ୍ଟରେ ବଡ ଝିଅକୁ ବିବାହ କରାଇଥିଲେ । ହେଲେ ଏତିକିରେ ଗୋପାଳଙ୍କ ଜୀବନରେ ସରିନଥିଲା ଦୁଖଃଦ ଯନ୍ତ୍ରଣା । କ୍ରମାନ୍ୱୟରେ ମଝିଆ ଝିଅ ତାରିଣୀ(୧୩), ସାନଝିଅ ଆରତୀ(୬) ଓ ପୁଅ ବିବେକକୁ (୮) ବର୍ଷ ହୋଇ ଥିଲେବି ସେମାନେ ବାଲ୍ୟରୁ ହରାଇ ବସିଥିଲେ ଦୃଷ୍ଟିଶକ୍ତି । ଗୋପାଳଙ୍କ ସ୍ତ୍ରୀ ଏବଂ ମଝିଆ ଝିଅ ନାମରେ ୧୦ କେଜି ସରକାରି ଚାଉଳ ମିଳୁଥିବା ବେଳେ । ଆଉ ତିନିଜଣ ସରକାରୀ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି . ଏଥି ନିମନ୍ତେ ଅନେକ ଥର ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ବାବୁ ଓ ସ୍ଥାନୀୟ ନେତାଙ୍କୁ ଅନୁରୋଧ କରିବା ସ୍ଵତ୍ତେ ବି କିଛି ଲାଭ ମିଳୁନି ସେମାଙ୍କୁ ଭତ୍ତା ମିଳିବା ଦୂରର କଥା ଆଉ ୧୫ କେଜି ଚାଉଳ ଖାତାରେ ଲାଗୁ ହୋଇପାରୁନି । ଏପରିକି ସେମାନେ ଦିନେ ଖାଇଲେ ଦିନେ ଉପାସ ରହିବାକୁ ବାଧ୍ୟ ହେଉଛନ୍ତି । ଘରର ୪ ସଦସ୍ୟ ଦୃଷ୍ଟିହୀନ । ସେମାନଙ୍କ ଆଧାର କାର୍ଡ ନଥିବାରୁ ଗୋପାଳ, ବିବେକ ଓ ଆରତୀ ଙ୍କୁ ଭତ୍ତା ମିଳୁନି । ଚଳିବାରେ କଷ୍ଟ ହେବାରୁ ଛାତିରେ ପଥର ରଖି ଦୁଇ ଝିଅଙ୍କୁ ଏକ ଘରୋଇ ଅନାଥ ଆଶ୍ରମ ରେ ଛାଡି ଦେଇଛନ୍ତି । ଏମିତି ବଞ୍ଚିବା ଅପେକ୍ଷା ମରିଯିବା ଭଲ ବୋଲି କୋହଭରା କଣ୍ଠରେ କହିଛନ୍ତି ଗୋପାଳ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ସାହୁ ଅଭିଯୋଗ କୁ ସ୍ବୀକାର କରିଥିବା ବେଳେ । ଅର୍ଥ ବାଧକ ଯୋଗୁ ଗୋପାଳ ଏବଂ ତାଙ୍କ ଦୁଇ ଛୁଆର ଆଧାର କାର୍ଡ ହୋଇ ପାରୁନାହିଁ । ତେଣୁ ସେମାନେ ଭତ୍ତା ଓ ଅନ୍ୟ ସରକାରୀ ଯୋଜନା ମାନଙ୍କରୁ ବଞ୍ଚିତ ହୋଇଛନ୍ତି । ପଞ୍ଚାୟତ ପକ୍ଷରୁ ୧୦ କେଜି ଚାଉଳ ମିଳୁଥିବା ବେଳେ. ସେଥିରେ ସେମାନଙ୍କ ସପରିବାର ଚଳୁଛନ୍ତି l ଏପରି ସ୍ଥଳେ ଗୋପାଳଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଟିଏ ଦିଆଯାଇଥିବା ସରପଞ୍ଚ କହିଥିବା ବେଳେ । ଦୃଷ୍ଟିହୀନ ଗୋପାଳଙ୍କ ଯନ୍ତ୍ରଣାମୟ କାହାଣୀ ବିଷୟରେ କିଛି ଗଣମାଧ୍ୟମ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ସେ କହିଥିଲେ ତଦନ୍ତ କରାଯାଇ ପ୍ରଶାସନ ପକ୍ଷରୁ ସରକାରୀ ନିୟମ ଅନୁସାରେ ସମସ୍ତ ସହାୟତା ଯୋଗାଇ ଦିଆ ଯିବ ବୋଲି ପତିଶୃତି ଦେଇଛନ୍ତି । ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଙ୍କୁ କାକୁତି ମିନତି ହେବା ପରେ ଗୋପାଳଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି । ହେଲେ ଲୋକବଳ ଅଭାବରୁ ୬ ମାସ ହେଲା ଗୃହ ନିର୍ମାଣ ସରଞ୍ଜାମ ମାନ ଦଦରା ପଲଥିନୀ ଘେରା ଘର ସମ୍ମୁଖରେ ଗଦା ହୋଇ ପଡିରହିଛି । ପେଟପାଇଁ ନିତି ସଂଘର୍ଷ କରୁଥିବା ଗୋପାଳ କିପରି ଘର ତିଆରି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।।

Leave a Reply

Your email address will not be published. Required fields are marked *