ଚିଲିକାରେ ପକ୍ଷୀ ଗଣନା ଶେଷ : ଆସିଛନ୍ତି ୧୮୭ ପ୍ରଜାତିର ୧୧,୩୭,୭୫୯ ପକ୍ଷୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏସିଆ ମହାଦେଶର ସର୍ବବୃହତ୍ତମ ହ୍ରଦ ଭାବେ ପରିଚିତ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡ ବିଭାଗର ଓ ଚିଲିକା ଉର୍ନ୍ନୟନ କର୍ତ୍ତୃପକ୍ଷ (ସିଡିଏ )ର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୩୧ ହଜାର ୯୨୯ ଟି ପକ୍ଷୀ ସମାଗମ ହୋଇଥିଲା l କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୧ ଲକ୍ଷ ୩୭ ହଜାର ୭୫୯ ରେ ପହଞ୍ଚିଛି l ଅର୍ଥାତ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ ହଜାର ୮୩୦ ଟି ପକ୍ଷୀ ବୃଦ୍ଧି ପାଇଛି l ସେହିପରି ୧୫•୫୩ ବର୍ଗ କିମି ପରିବ୍ୟାପ୍ତ ପକ୍ଷୀ ଅଭ୍ୟାରଣ୍ୟ ନଳବଣରେ ଚଳିତ ବର୍ଷ ୩ ଲକ୍ଷ ୪୭ ହଜାର ୨୮୦ ଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଗତ ବର୍ଷ ଏଠାରେ ୩ ଲକ୍ଷ ୪୨ ହଜାର ୮୯୭ ଟି ପକ୍ଷୀଙ୍କ ସମାଗମ ହୋଇ ଥିଲା l ଅର୍ଥାତ ଚଳିତ ବର୍ଷ ୪ ହଜାର ୩୮୩ ଟି ପକ୍ଷୀ ବୃଦ୍ଧି ପାଇଛି l ବିଗତ ବର୍ଷ ଗୁଡିକରେ ୧୮୩ ଟି ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ଚଳିତ ବର୍ଷ ୧୮୭ ଟି ପ୍ରଜାତିର ପକ୍ଷୀ ଆସିଥିବା ବେଳେ ସେଥିରୁ ବିଦେଶ ଗତ ପକ୍ଷୀ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୩୦ ଓ ଦେଶୀୟ ପକ୍ଷୀ ୭୯ ପ୍ରଜାତିର ୩୮ ହଜାର ୯୪୬ ଥିଲେ l ଏଥର ୩ ଟି ପ୍ରଜାତିର ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି l ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଗର ଅନୁକୂଳ ଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଛି l ନୂତନ ଅତିଥି ଭାବେ ଚଳିତ ବର୍ଷ ପଲାଜ ଫିସ ଇଗଲ ଦୃଷ୍ଟି ଗୋଚର ହୋଇଛି l ନଳବଣରେ କେବଳ ୧୮୭ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି l ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନର୍ଦଲ ପିଙ୍କ ଟେଲ ପ୍ରଜାତିର ୨ ଲକ୍ଷ ୧୮ ହଜାର ୬୧୪ ଥିବାବେଳେ ସର୍ବ ନିମ୍ନ ପେଲିକାନମାତ୍ର ୧ ଟି ଦେଖା ଯାଇଛି l ଗଡ଼ ୱାଲ ୧ ଲକ୍ଷ ୫୬ ହଜାର ୬୩୪, ଯୁ୍ରେସିଆନ ୧ ଲକ୍ଷ ୪୦ ହଜାର ୩୨୨, ବ୍ଲାକ ଗଡ଼ ଉଟି ୬୬ ହଜାର ୮୫୩, କମନ କୁଟୁ ୬୬ ହଜାର ୫୫୨ ଫ୍ଲେମୀଙ୍ଗୋ ୮୨୦ ସଂଖ୍ୟାରେ ଅଛନ୍ତି l ଗୁରୁବାର ସକାଳ ୬ ଘଟିକାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ରହିଥିଲା। ପକ୍ଷୀ ଗଣନା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ୫ଟି ରେଞ୍ଜ ତଥା ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା । ବିଭାଗ ପକ୍ଷରୁ ସମଗ୍ର ଚିଲିକା କୁ ୨୧ଜୋନ ରେ ବିଭକ୍ତ କରାଯାଇଥିଲା । ନଳବଣ ରେ ୬ଟି ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳ ଭାଗରେ ୨ ଟି ଦଳ ଏବଂ ଅବଶିଷ୍ଟ ୧୩ ଟି ଦଳ ଅନ୍ୟାନ୍ୟ ଜୋନ ତଥା ବାଲିପାଟ ଠାରୁ ସାତଭାୟା, ରମ୍ଭା, ମଙ୍ଗଳାଯୋଡ଼ି ଠାରୁ ଭୂଷଣ୍ଡପୁର ଆଦି ଅଞ୍ଚଳରେ ଗଣନା କରିଥିଲେ । ପ୍ରତି ଦଳରେ ୫ରୁ ୬ ଜଣ ପକ୍ଷୀ ଗଣନାକାରୀ ରହିଥିଲେ । ତେବେ ଗଣନା ପ୍ରକ୍ରିୟାରେ ଜିପିଏସ, ବାଇନାକୁଲାର, ୱାକିଟକି, କ୍ୟାମେରା, ବାଡ୍ସ ଗାଇଡ୍ ବୁକ୍ ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ର ଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ ।।

Leave a Reply

Your email address will not be published. Required fields are marked *