ଶ୍ରୀମଦ୍ ଭାଗବତ କଥାମୃତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଶ୍ବ ଭାଗବତ ଚେତନା ପରିଷଦ ଆନୁକୁଲ୍ୟରେ, ମଣିସାହୁ ଛକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଓଁ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ପୀଠ ଭଟ୍ଟ ମଠ ଠାରେ ଶ୍ରୀମଦ୍ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ମାନଙ୍କ ଦ୍ଵାରା ସପ୍ତାହ ବ୍ୟାପୀ ଭାଗବତ ପାଠ ହେବା ସହିତ ଭାଗବତ ଆଲୋଚନା କରାଯାଇଥିଲା । ଗତ ବର୍ଷ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ଏବର୍ଷ ଏହାର ଦ୍ଵିତୀୟ ବର୍ଷ ପାଳନ କରାଯାଉଛି । ପ୍ରତ୍ୟେକ ଦିନ ଭାଗବତ ଆଲୋଚନା ସହିତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମର ଅନ୍ତିମ ଦିନରେ, ଆଖପାଖ ଅଞ୍ଚଳର ବହୁ ବୃଦ୍ଧ ବୃଦ୍ଧା ଓ ମହିଳା ମାନେ ଉପସ୍ଥିତ ରହି ଭାଗବତ ପାଠ ଶ୍ରବଣ କରିଥଲେ ।

Leave a Reply

Your email address will not be published. Required fields are marked *