କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ ରାଜସ୍ବ ଗ୍ରାମରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇଦିନିଆ ୨ୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଶିକ୍ଷାବିତ୍ ଏସ କେ କଲିମୁଲ୍ଲା ,ସ୍ଥାନୀୟ ସରପଞ୍ଚ ରବି ନାରାୟଣ ପ୍ରଧାନ ଓ ବେଣ୍ଟକାର ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ କଳ୍ପତରୁ ପାଗଲ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ଜେନା ସ୍ଵାଗତ ଭାଷଣ ଦେଇଥିଲେ। ସେହିପରି ଉଦଯାପନୀ ଉତ୍ସବରେ ୪୨ ମୌଜା, ବେଣ୍ଟକାର ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡାର ମହାନ୍ ଆଦର୍ଶ ଓ ଦୈନଦିନ ଜୀବନରେ କ୍ରୀଡାର ଭୂମିକା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା, ସରପଞ୍ଚ ରବି ନାରାୟଣ ପ୍ରଧାନ ଓ ୬ ନମ୍ବର ଜିଲ୍ଲାପରିଷଦ ପ୍ରତିନିଧି ଅଜୟ କୁମାର ଦଳେଇ ଯୋଗଦେଇଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ପତି ତପାବନ ମହାପାତ୍ରଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଅଜିତ କୁମାର ନାଟିଆ, ଭବାନୀ ଶଙ୍କର ପାତ୍ର, ସୁଧୀର କୁମାର ଜେନା, ପ୍ରକାଶ ଶତପଥୀ, ବିଶ୍ୱଜିତ ବେହୁରିଆ, ତୃପ୍ତିମୟୀ ପରିଡ଼ା, ପ୍ରତିମା ଜେନା, ଅନ୍ନଦା ସ୍ମରଣିକା, ଭଗବତୀ ପଣ୍ଡା, ତନ୍ମୟୀ ପୃଷ୍ଟି, ଶିପ୍ରାରାଣୀ ଜେନା, ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପରଜିତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।
୪୨ ମୌଜା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ !!!

