ରେଡ଼କ୍ରସ ରାପିଡ଼ ଆକସନ ଗ୍ରୁପ ର ହସ୍ତକ୍ଷେପ ପରେ ସଚେତନ ହେଲେ ମେଡିକାଲ କର୍ତ୍ତୃପକ୍ଷ !

0
499
Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ପରୀକ୍ଷା ପାଇଁ ସାଧାରଣ ଲୋକେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ବହୁ ମାତ୍ରାରେ ନିର୍ଭର କରୁଥିବା ସମୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକମାନଙ୍କ ଉଦ୍ଦେଶ୍ୟରେ ଥିବା ପରୀକ୍ଷା କେନ୍ଦ୍ର ଗୁଡିକରେ ବ୍ୟାପକ ଅବହେଳା ପରିଲକ୍ଷିତ ହେଉଥିଲା ।

ଦୀର୍ଘ 7 ଦିନରୁ ଅଧିକ ଦିନହେଲା ମେଡିକାଲ କର୍ତ୍ତୃପକ୍ଷ କେବଳ ବାଉଁଶ ଭାଡ଼ା ବାନ୍ଧିଦେଇ ବସି ଯାଇଥିଲେ । ଯାହା ଦ୍ୱାରା କି , କରୋନା ପରୀକ୍ଷା ପାଇଁ ଆସୁଥିବା ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ମାନେ ଖରାରେ ଠିଆ ହୋଇ ନାହିଁ ନଥିବା ଅସୁବିଧା ଭୋଗ କରିବା ସହ ଅଧିକ ଅସୁସ୍ଥତା ଅନୁଭବ କରୁଥିଲେ । କିନ୍ତୁ ଢେଙ୍କାନାଳ ରେଡ଼କ୍ରସ ରାପିଡ଼ ରେସ୍ପନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଆଜି ଏଥିରେ ଟେଣ୍ଟ ଭିଡାଯିବା ସହ ଲୋକ ମାନଙ୍କ ପାଇଁ ଠିଆ ହେବାର ବ୍ୟବସ୍ଥା କରା ଯାଇଥିଲା । ଏଥିପାଇଁ ରେଡ଼କ୍ରସ ର ସ୍ୱେଚ୍ଛାସେବୀ ମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଅଛି ।

LEAVE A REPLY

Please enter your comment!
Please enter your name here