ବାଣପୁର ରେ ଶ୍ରୀଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ନିମନ୍ତେ ସାରା ରାଜ୍ୟରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ବୁଲି ଚାଉଳ ଓ ଗୁଆ ଅନୁକୂଳ ଲାଗି ଘରୁ ଘରୁ ସଂଗ୍ରହ କରା ଯାଉଛି । ଏହି ଅବସରରେ ସୋମବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ପହଞ୍ଚିବା ପରେ ବିଜ୍ଞାପିତ ଅଞ୍ଚଳର ଅଧକ୍ଷ ମିଟୁ ନାୟକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଭବ୍ଯ ଅର୍ପଣ ରଥକୁ ସମ୍ମାନ ଜଣାଇ ଥିବା ବେଳେ ମହିଳା ମାନେ ବନ୍ଦାପନା କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅର୍ପଣ ରଥ ବାଣପୁରର ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ଠାରୁ ବାହାରି ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲା । ସେହିପରି ବାଣପୁର ପଞ୍ଚାୟତ ସମିତିର ନରେନ୍ଦ୍ରପୁର ପଞ୍ଚାୟତ ପରିକ୍ରମା କରିଥିବା ବେଳେ ଏହାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଆନୁଷ୍ଠାନିକ ଭାବେ ଶୁଭ ଆରମ୍ଭ କରିଥିଲେ । ଏହି ପରିକ୍ରମା ସମୟରେ ବିଭିନ୍ନ ଗାଁ ମାନଙ୍କରେ ହରିବୋଲ, ହୁଳହୁଳି ଓ ଶଙ୍ଖ ଧ୍ୱନୀରେ ଫାଟି ପଡୁଥିଲା । ଶ୍ରଦ୍ଧାଳୁ ମାନେ ଅରୁଆ ଚାଉଳ, ଗୁଆ ଓ ଶ୍ରୀଫଳ ଅର୍ପଣ କରି ଜଗତର କଲ୍ୟାଣ ସହିତ ପରିବାରର ଶୁଭ ମନାସୁଥିବା ଦେଖିବାକୁ ମିଳିଥିଲା । ଏହି କର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ସୁଦ୍ଧା ବାଣପୁର ଅଞ୍ଚଳର ସମସ୍ତ ଗାଁ,ଗଣ୍ଡା ପରିକ୍ରମା କରିବା ପରେ ସଂଗୃହିତ ଗୁଆ ଓ ଅରୁଆ ଚାଉଳ କୁ ଶ୍ରୀକ୍ଷେତ୍ର ପଠାଯିବା ର କାର୍ଯ୍ୟକ୍ରମ ରହିଛି । ରଥ ପରିକ୍ରମା ସମୟରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।।

Leave a Reply

Your email address will not be published. Required fields are marked *