ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବଡ଼ମ୍ବା ଗସ୍ତ ! ରେଳ ମନ୍ତ୍ରୀ ବଡ଼ମ୍ବା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି । ପ୍ରଥମେ ବଡମ୍ବା ଗାନ୍ଧୀ ଛକ ଠାରେ ଥିବା ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସେଠାରୁ ବଡ଼ମ୍ବା ହାଟ ସ୍ଥିତ କାନ୍ଥୀତଳ ସାହି ରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟାଳୟ କୁ ଲୋକାର୍ପଣ କରିଥିଲେ । ଦଳୀୟ କର୍ମୀ ତାଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବଡ଼ମ୍ବା ଡ୍ରାଇଭର ମହାସଂଘ, ଉଜ୍ଜଳା ମହାସଂଘ, ବ୍ରାହ୍ମଣ ସମାଜ, ବଡ଼ମ୍ବା ବିକାଶ ପରିଷଦ, ବଡ଼ମ୍ବା ଓକିଲ ସଂଘ, ବଡ଼ମ୍ବା ତଅଁଳା ସମାଜ ଏବଂ କୈବର୍ତ୍ତ ସମାଜ ପକ୍ଷରୁ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମନ୍ତ୍ର୍ରୀ ସେମାନଙ୍କ ଦାବିପତ୍ର କୁ ଗ୍ରହଣ କରିଥିଲେ । ପରିଶେଷରେ ବଡମ୍ବା ନରସିଂହପୁର ର ବିକାଶ ପାଇଁ ଏକ ରେଳ ପଥ ସଂଯୋଗ କରାଯିବାକୁ ଦାବି କରାଯାଇଥିଲା । ଉକ୍ତ ପ୍ରସ୍ତାବ କୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସ୍ୱାଗତ କରି ଏକ ବିକଶିତ ବଡମ୍ବା ଗଢିବା ପାଇଁ ଜଗନ୍ନାଥ ଙ୍କ ଆଶୀର୍ବାଦ ଥିଲେ ଆଗାମୀ ଦିନରେ ଏ ପ୍ରକଳ୍ପ ର ଶୁଭାରମ୍ଭ ହେବ ବୋଲି କହିଥିଲେ ! ପରେ ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ତ୍ରିପୁରା ସୁନ୍ଦରୀ , ମା ଭଟାରିକା ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ଦଳୀୟ ସାଙ୍ଗଠନିକ ବୈଠକ ରେ ଯୋଗଦାନ କରିଥିଲେ । ମା ଭଟାରିକା ମନ୍ଦିର ର ଉନ୍ନତି ପାଇଁ 30 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବା ଜଣାଯାଇଛି ! କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା, ନୂତନ ଭାବେ ଦଳରେ ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ସମ୍ବିତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରାର୍ଥୀ ବିଭୁଦତ୍ତ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ଜିଲ୍ଲା ସଭାପତି ପ୍ରକାଶ ବେହେରା, ଏମ ପି ପ୍ରଭାରୀ ସୁକାନ୍ତ ବିଶ୍ୱାଳ, ବଡମ୍ବା ନରସିଂହପୁର ନେତା ସରୋଜ ରଣା, ସୂର୍ଯ୍ୟ କିଶୋର ମହାନ୍ତି, ଚିତ୍ତ ମିଶ୍ର, ଆଠଗଡ ବିଧାୟକ ପ୍ରାର୍ଥୀ ବଜେନ୍ଦ୍ର ରାୟ, ଜିତେନ୍ଦ୍ର ସ୍ୱାଇଁ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଜୟ କୁମାର ସ୍ୱାଇଁ, ବଡମ୍ବା ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରା ଙ୍କ ସମେତ ଜୋନ ସଭାପତି, ସାଙ୍ଗଠନିକ ଯୁବମୋର୍ଚା ସଭାପତି ମାନେ ଯୋଗ ଦେଇଥିଲେ ।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବଡ଼ମ୍ବା ଗସ୍ତ !!!

